ପେନସନଭୋଗୀଙ୍କ ପାଇଁ ଖୁସି ଖବର ! ୯ ତାରିଖ ସୁଦ୍ଧା ପେନସନ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

25

କନକ ବ୍ୟୁରୋ : ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଆସନ୍ତା ୯ ତାରିଖ ସୁଦ୍ଧା ସମସ୍ତ ପେନସନଭୋଗୀଙ୍କୁ ପେନସନ୍ ପ୍ରଦାନ କାର୍ଯ୍ୟ ସଂପୂର୍ଣ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସାମାଜିକ ନିରାପତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ନିତେନ୍ ଚନ୍ଦ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।ଏହି ମାସ ମଧ୍ୟଭାଗରେ ପୂର୍ବତନ ସରପଂଚ ଓ ନବନର୍ବାଚିତ ସରପଂଚମାନଙ୍କ ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ ।

ଏହା ବ୍ୟତୀତ ହୋଲି ଓ ଅନ୍ୟ ସରକାରୀ ଛୁଟି ଯୋଗୁ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଏଣୁ ବୟସ୍କ ଓ ଭିନ୍ନକ୍ଷମ ପେନସନଭୋଗୀମାନଙ୍କୁ ହଇରାଣ ନକରି ୯ ତାରିଖ ସୁଦ୍ଧା ପେନସନ୍ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।