ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ୧୯ କୁରୁକ୍ଷେତ୍ରରେ ବିଜୟ ପାଇଁ ବିଭିନ୍ନ ଜିଲ୍ଲାର ନେତାଙ୍କୁ ନୂଆ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ।
କନକ ବ୍ୟୁରୋ: ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ କିଶୋର ତରାଇଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ୧୯ କୁରୁକ୍ଷେତ୍ରରେ ବିଜୟ ପାଇଁ ବିଭିନ୍ନ ଜିଲ୍ଲାର ନେତାଙ୍କୁ ନୂଆ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । #ElectionWithKanakNews #Election2019 #BJD #Politics @Naveen_Odisha pic.twitter.com/ZGn9KjQsnP
— Kanak News (@kanak_news) April 11, 2019
ଅନ୍ୟପଟେ ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ । ସେହିପରି କମଳା ତିଆରିଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ, ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଏବଂ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରଦୀପ ବିଧାନସଭା କ୍ଷେତ୍ର ପାଇଁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ ।