ଖୋର୍ଦ୍ଧା ନିକଟରେ ହେବ ନୂଆ ବିମାନ ବନ୍ଦର!

35

କନକ ବ୍ୟୁରୋ : ଖୋର୍ଦ୍ଧା ନିକଟରେ ଏକ ନୂଆ ବିମାନ ବନ୍ଦର ପାଇଁ ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ ଚାହୁଁଛନ୍ତି । ଏଥିପାଇଁ ଖୋର୍ଦ୍ଧା ନିକଟରେ ଅନ୍ତତଃ ୧୫୦୦ରୁ ୨୦୦୦ ଏକର ଜମି ଚିହ୍ନଟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ଏ ନେଇ ଇଡକୋର ଅଧ୍ୟକ୍ଷ ତଥା ବିଡିଏର ଉପାଧ୍ୟକ୍ଷଙ୍କୁ ଚିଠି କରିଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅଧିକ ସଂପ୍ରସାରିତ କରିବା ସମ୍ଭବ ହେଉନଥିବାରୁ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ ଆଉ ଏକ ନୂଆ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଏଭଳି ବିମାନ ବନ୍ଦର ଗ୍ରେଟର ଭୁବନେଶ୍ୱର ମାଷ୍ଟର ପ୍ଲାନ୍ ବାହାରେ ଖୋର୍ଦ୍ଧା ନିକଟରେ ହେବା ଦରକାର ବୋଲି ସରକାର ଚାହୁଁଛନ୍ତି । ବିଡିଏ ଓ ଇଡକୋ ପାଖରେ ଏଭଳି ଲ୍ୟାଣ୍ଡ୍ ବ୍ୟାଙ୍କ୍ ଥିଲେ ତାହା ଜଣାଇବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି ।