ଡକ୍ଟର ଶ୍ରୀନାଥ ରେଡ୍ଡୀ ରାଜ୍ୟ ସରକାରଙ୍କ ନୂତନ ପରାମର୍ଶଦାତା ଭାବେ ହେଲେ ନିଯୁକ୍ତ !

48

କନକ ବ୍ୟୁରୋ : ନବୀନ ସରକାରର ନୂଆ ପରାମର୍ଶଦାତା । ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କୁ ରାଜ୍ୟ ସରକାରଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ଦିଗରେ ସେ ସରକାରଙ୍କୁ ପରାମର୍ଶ ଦେବେ ।

ନୂଆ ପରମର୍ଶଦାତାଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି । ଡକ୍ଟର ରେଡ୍ଡି ପୂର୍ବରୁ ଏମ୍ସରେ ହୃଦରୋଗ ବିଭାଗର ପୂର୍ବତନ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି । ଡକ୍ଟର ରେଡ୍ଡୀଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି ।