ଦୁଇ ପ୍ରକାର ନୂଆ ୫ଶହ ଟଙ୍କିଆ ନୋଟକୁ ନେଇ ଦ୍ୱନ୍ଦ ! ସ୍ପଷ୍ଟିକରଣ ରଖିଲା ଆରବିଆଇ

17

କନକ ବ୍ୟୁରୋ : ୫୦୦ ଟଙ୍କିଆ ନୋଟରେ ମୁଦ୍ରଣ ଜନିତ ତ୍ରୁଟି । ବଜାରରେ ଦୁଇ ପ୍ରକାର ୫୦୦ ଟଙ୍କିଆ ନୋଟ୍ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜି ଥିଲା, ଏଥିରେ ସ୍ପଷ୍ଟୀକରଣ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ଆରବିଆଇ ସ୍ୱୀକାର କରିଛି ଯେ ଦୁଇ ପ୍ରକାର ନୋଟ୍ ବଜାରରେ ଉପଲବ୍ଧ ହେଉଛି । ଜରୁରୀ ପରିସ୍ଥିତିରେ ଦ୍ରୁତ ଗତିରେ ନୂଆ ଟଙ୍କା ମୁଦ୍ରଣ ଚାଲିଥିବାରୁ ଏଭଳି ତ୍ରୁଟି ଘଟିଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

ମାତ୍ର କିଛି ଦିନ ତଳେ ବଜାରକୁ ଆସିଥିବା ଏହି ନୂଆ ୫୦୦ ଟଙ୍କିଆ ନୋଟ ତ୍ରୁଟି ଦେଖିବା ପରେ ଲୋକଙ୍କ ମନରେ ଆଶଙ୍କା ଉପୁଜି ଥିଲା । ଏପରିକି ଅନେକଙ୍କ ମନରେ ନକଲି ନୋଟ ବୋଲି ମଧ୍ୟ ସଂଦେହ ସୃଷ୍ଟି ହୋଇଥିଲା । ତେବେ ଆରବିଆଇ ପକ୍ଷରୁ କୁହାଯାଇଛି ଦୁଇଟି ଯାକ ନୋଟ ଅସଲି, ତେଣୁ ଆଶଙ୍କା କରିବା ଉଚିତ ନୁହେଁ । ଏହା କେବଳ ମୁଦ୍ରଣ ଜନିତ ସମସ୍ୟା ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦ୍ରୁତ ଗତିରେ ମୁଦ୍ରଣ ଚାଲିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । କୌଣସି ବ୍ୟକ୍ତି ପାଖରେ ଏହି ନୋଟ ଥିଲେ ସେ ଏହାକୁ କାରବାର କରିପାରିବ । ନହେଲେ ଆରବିଆଇରେ ଏହାକୁ ବଦଲାଇ ପାରିବ । ତେବେ ୫୦୦ ଟଙ୍କିଆ ନୋଟରେ ମୁଦ୍ରଣ ଜନିତ ତ୍ରୁଟି କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛି ।