ଓଡିଶାକୁ ଆସିଲା ୫ଶହ ଟଙ୍କିଆ ନୋଟ୍ : କାଲିଠାରୁ ଏଟିଏମରେ ହେବ ଉପଲବ୍ଧ

28

vlcsnap-2016-11-16-18h18m14s576କନକ ବ୍ୟୁରୋ : ଓଡିଶାକୁ ଆସିଲା ୫ଶହ ଟଙ୍କିଆ ନୋଟ୍ । କାଲିଠାରୁ ଏଟିଏମରେ ନୋଟ୍ ଉପଲବ୍ଧ ହେବ । ଆଶା କରାଯାଉଛି ୫ଶହ ଟଙ୍କିଆ ନୋଟ୍ ଓଡିଶା ବଜାରକୁ ଆସିବା ପରେ ସାଧାରଣ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହୋଇପାରେ । କାରଣ ୧୦୦ ଟଙ୍କିଆ ନୋଟ୍ ପରେ ସବୁଠାରୁ ବଡ ୨ ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିଲା । ଫଳରେ ଖୁଚୁରା ବଜାରରେ ନାନା ସମସ୍ୟା ଦେଖିବାକୁ ମିଳୁଥିଲା ।

୫ଶହ ଟଙ୍କିଆ ନୋଟ୍ ଭୁବନେଶ୍ୱରକୁ ଆସିବା ପରେ ଆରବିଆଇର ଜିଏମ୍ ସାରଦା ମହାନ୍ତି ଏହାକୁ ମିଡିଆ ସାମ୍ନାରେ ପ୍ରଦର୍ଶିତ କରିଥିଲେ । ପୂର୍ବରୁ ବିଭିନ୍ନ ରାଜ୍ୟରେ ୫୦ ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିବା ବେଳେ ଓଡିଶାରେ ଆସନ୍ତାକାଲି ଠାରୁ ଲୋକଙ୍କ ପକେଟକୁ ଏହି ନୋଟ୍ ଆସିବ ।

ଗତ ୮ ତାରିଖରେ ବଡ ନୋଟ୍ ଅର୍ଥାତ୍ ୫ଶହ ଓ ହଜାରେ ଟଙ୍କିଆ ନୋଟର ଲିଗାଲ ଟେଣ୍ଡରକୁ ବାତିଲ କରଯାଇଥିଲା । ଏଥିସହ ନୂଆ ୫ଶହ ଟଙ୍କିଆ ନୋଟକୁ ବଜାର ପ୍ରବେଶ କରିବାକୁ ପଦକ୍ଷେପ ସାରା ଦେଶରେ ଗ୍ରହଣ କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –