ରାଜ୍ୟରେ ଖୋଲିବ ନୂଆ ୧୩ଟି ସ୍ୱାସ୍ଥ୍ୟକେନ୍ଦ୍ର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

75

କନକ ବ୍ୟୁରୋ : ରାଜ୍ୟରେ ଆଉ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବ । ଏହା ସହ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସି.ଏଚ.ସିକୁ ଉନ୍ନିତ କରାଯାଇଛି ଏବଂ ୬ଟି ସି.ଏଚ.ସିରେ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ସୁବିଧା ସୁଯୋଗ ଉପଲବ୍ଧ କରାଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ , ମନ୍ତ୍ରୀ ପ୍ରତାପ ଜେନା କହଛନ୍ତି , ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସ୍ଥିର କରିଛନ୍ତି । ସେହି ସବୁ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଦକ୍ଷିଣବନ୍ଧ , ଯାଜପୁର ବ୍ଲକର କୁଂଝବିହାରିପୁର, ବିଂଝାରପୁର ବ୍ଲକର ସିଂହପୁର ,ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବେଲଗାଁ , ବାଲେଶ୍ୱର ରେମୁଣା ବ୍ଲକର ମହାରାଜପୁର , ରୁପସା ବ୍ଲକର ରନସାହି ଭୋଗରାଇ ବ୍ଲକର ଜୟରାମପୁର , ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ଜାମଖୁଂଟା ,ସଇଁତାଳ ବ୍ଲକର ବୁଢାବାହଲ , ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବ୍ଲକର ବରିଡା , ପୁରୁଷୋତମପୁର ବ୍ଲକର ସୁନାଥରା , କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଓ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ମହାଲିଙ୍ଗ ଠାରେ ଖୋଲାଯିବ । ଏହି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପାଇଁ ଖୁବ୍ ଶୀଘ୍ର ଭିତ୍ତିଭୂମି ସହ ଆବଶ୍ୟକ ମାନବ ସମ୍ବଳ ଆଦିର ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ଷମ କରାଯିବ ।

ସେହିପରି ଆହୁରି ଅନେକ ଜିଲ୍ଲା ତଥା ବରଗଡ ଜିଲ୍ଲାର ଗାଇସିଲଟ ବ୍ଲକର ଗାଇସିଲଟ୍ , କଳହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଗୋଲମୁଣ୍ଡା ,ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ରେଢୁଆ , ବାଲିକୁଦା ବ୍ଲକର ବୋରିକିନା ଏବଂ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଜଗନ୍ନାଥ ପୁର ଠାରେ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଉନ୍ନିତ କରାଯାଇଛି । ଏହା ବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ , ନବରଙ୍ଗପୁର ଜିଲ୍ଲା ଉମରକୋଟ, ମାଲକାନଗିରି ଜିଲ୍ଲା କୁଦୁମୁଲୁଗୁମା ବ୍ଲକର ଚିତ୍ରକୋଣ୍ଡା , ମାଥିଲି ବ୍ଲକର ମାତିଲି ନୂଆପଡା ଜିଲ୍ଲା ଖରିଆର ଏବଂ ଗଂଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଣ୍ଡ ଚିକିତ୍ସାଳୟ ସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ।

ଆଉ ମଧ୍ୟ କୋରାପୁଟ ଜିଲ୍ଲାର କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ୩୦କୁ ବୃଦ୍ଧି କରାଯାଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।