ଆସିପାରେ ନୂଆ ୧୦୦ଟଙ୍କିଆ ନୋଟ୍ ! ଖୁବ୍ ଶୀଘ୍ର ବଜାରରେ ହେବ ଉପଲବ୍ଧ

24

କନକ ବ୍ୟୁରୋ : ୫୦୦ ଏବଂ ୨୦୦୦ ପରେ ଏବେ ଖୁବ୍ ଶୀଘ୍ର ବଜାରକୁ ଆସିପାରେ ନୂଆ ୧୦୦ଟଙ୍କିଆ ନୋଟ୍ । ଏହି ନୂଆ ୧୦୦ଟଙ୍କିଆ ନୋଟର ରଙ୍ଗ ହାଲକା ବାଦାମୀ ରହିବ ବୋଲି ସୂଚନା ମିଳିଛି । ଆଉ ରୂପ ଦେଖିବାକୁ ପ୍ରାୟ ନୂଆ ୫୦୦ ଟଙ୍କିଆ ନୋଟ୍ ପରି । ତେବେ ନୂଆ ୧୦୦ ଟଙ୍କିଆରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୋଟର ମଧ୍ୟ ଭାଗରେ ରହିବ । ସିକ୍ୟୁରିଟି ପେପର୍ ମିଲ୍ (ସିପିଏମ୍) ସୂଚନା ମୂତାବକ ନୂଆ ୧୦୦ ଟଙ୍କିଆ ନୋଟର ଟ୍ରାଏଲ୍ ପୁରା ହୋଇସାରିଛି । ତେବେ ଅପେକ୍ଷା କେବଳ ଆରବିଆଇର ଗ୍ରୀନ୍ ସିଗନାଲକୁ ।