ଆରବିଆଇ ଆଣିବ ନୂଆ ଶହେ ଟଙ୍କିଆ ନୋଟ୍: ସିରିଜ୍-୨୦୦୫ର ନୂତନ ଡିଜାଇନର ନୋଟ୍ ବଜାରକୁ କରିବ ପ୍ରବେଶ

21

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ସିରିଜ୍-୨୦୦୫ର ନୂତନ ଡିଜାଇନର ୧୦୦ଟଙ୍କିଆ ନୋଟ୍ ବଜାରରେ ପ୍ରବେଶ କରାଯିବ । ନୋଟର ଉଭୟ ନମ୍ବର ପ୍ୟାନେଲରେ ଇଂରାଜୀ ଅକ୍ଷର ‘ଆର’ ଲେଖା ରହିବ । ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ସ୍ୱାକ୍ଷର ଏଥିରେ ରହିବ । ଏହି ନୋଟର ପଛ ପାଶ୍ୱର୍ରେ ନୋଟ୍ ଛପା ହୋଇଥିବା ବର୍ଷ ୨୦୧୭ ଲେଖାଯିବ ।

ପୂର୍ବରୁ ମହାତ୍ମା ଗାନ୍ଧୀ ସିରିଜ୍-୨୦୦୫ରେ ଯେଉଁ ୧୦୦ଟଙ୍କିଆ ନୋଟ ଗୁଡିକ ଜାରି କରାଯାଇଥିଲା, ନୂତନ ନୋଟ୍ ସେଭଳି ଦେଖାଯିବ । ଏହି ନୂଆ ନୋଟର ସଂଖ୍ୟା ଗୁଡିକର ଆକାର ଗୋଟିଏ ପରେ ଗୋଟିଏ ବଡ ଭଳି ଦେଖାଯିବ । ଏଥିରେ ବ୍ଲିଡ୍ ଲାଇନ୍ ଓ ବର୍ଧିତ ପରିଚୟ ମାର୍କ ରହିବ । ତେବେ ପୂର୍ବରୁ ବଜାରରେ ପ୍ରଚଳିତ ଥିବା ୧୦୦ ଟଙ୍କିଆ ନୋଟ୍ ଜାରି ରହିବ ।