ଜିମ୍ ଯାଉଛନ୍ତି କି ? ପୋଷାକ ଚୟନରେ କରନ୍ତୁ ନାହିଁ ଭୁଲ

35

ଭିନ୍ନ ଭିନ୍ନ ଅବସରରେ ଆମେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ । ଏପରି କରିବା ଦ୍ୱାରା ଆରାମ ମିଳିବା ସହ ଆମର ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଯେପରି କୌଣସି ପାର୍ଟି କିମ୍ବା ଅଫିସକୁ ଯିବା ସମୟରେ ଆମେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇଥାଉ । ସେହିପରି ଜିମରେ ୱାର୍କଆଉଟ କରିବା ସମୟରେ ମଧ୍ୟ ଠିକ ପୋଷାକ ଚୟନ କରିବାର ଆବଶ୍ୟକତା ରହିଛି । ଜିମରେ ୱାର୍କଆଉଟ କରିବା ସମୟରେ କେଉଁ ପରି ପୋଷାକ ପିନ୍ଧିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା –

ଫ୍ୟାବ୍ରିକର ଚୟନ ବୁଝି ବିଚାରି କରିପାରିବେ – ଏକ୍ସରସାଇଜ କରିବା ସମୟରେ ଅଧିକ ମାତ୍ରାରେ ଝାଳ ବୋହିଥାଏ । ତେଣୁ ୱାର୍କଆଉଟ କରିବା ସମୟରେ ଏପରି ପୋଷାକ ଚୟନ କରିବା ଆବଶ୍ୟକ ଯାହାର ଫ୍ୟାବ୍ରିକ ଝାଳକୁ ଶୁଖେଇବାରେ ସାହାଯ୍ୟ କରିପାରିବ । ସୂତା ଓ ଲାଇକ୍ରା ଆଦି ଫ୍ୟାବ୍ରିକ ବିଭିନ୍ନ ସ୍ପୋର୍ଟ ପୋଷାକରେ ବ୍ୟବହାର କରାଯାଇଥାଏ । ତେଣୁ ନିଜ ପସନ୍ଦ ଅନୁସାରେ ଫ୍ୟାବ୍ରିକ ଚୟନ କରନ୍ତୁ ।

ସଠିକ ଜୋତାର ଚୟନ କରନ୍ତୁ – ୱାର୍କଆଉଟ କରିବା ସମୟରେ ପୋଷାକ ଚୟନ କରିବା ଯେତିକି ଜରୁରୀ ଜୋତା ଚୟନ କରିବା ମଧ୍ୟ ସେତିକି ଆବଶ୍ୟକ । ଭଲ ସ୍ପୋର୍ଟ ୱେୟାର ଏବଂ ଆରାମ ଦାୟକ ଜୋତା ପିନ୍ଧି ଏକ୍ସରସାଇଜ କରନ୍ତୁ । କାରଣ ଏକ୍ସରସାଇଜ କରିବା ସମୟରେ ଆପଣଙ୍କୁ ଆଘାତ ଲାଗିବାର ସମ୍ଭାବନା ଅଧିକ ଥାଏ ।

ଫିଟିଙ୍ଗ ବିଷୟରେ ଧ୍ୟାନ ଦିଅନ୍ତୁ – ଆପଣ ଯେଉଁ ପରି ୱାର୍କଆଉଟ କରିବାକୁ ଚାହୁଁଛନ୍ତି ସେହିପରି ପୋଷାକର ଫିଟିଙ୍ଗ ରହିବା ଆବସ୍ୟକ । ଯେପରି ହେଭି ଏକ୍ସରସାଇଜ କରିବା ସମୟରେ କିମ୍ବା କସରତ କରିବା ସମୟରେ ଢିଲା ଏବଂ ଆରାମ ଦାୟକ ପୋଷାକ ପିନ୍ଧିବା ଆବଶ୍ୟକ । ସେହିପରି ଯୋଗ କରିବା ସମୟରେ ସ୍ଟ୍ରେଚେବଲ ଏବଂ ଫିଟ ପୋଷାକ ପିନ୍ଧିବା ଆବଶ୍ୟକ ।

ପୋଷାକ ବ୍ୟତିତ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ – ଏକ୍ସରସାଇଜ କରିବା ସମୟରେ ବ୍ୟାଗରେ ପୋଷାକ ବ୍ୟତୀତ ବୋତଲ, ଟାୱେଲ, ଗ୍ଲୁକୋଜ ଓ ଡିୟୋଡ୍ରେଂଟ ପରି ଜିନିଷ ସର୍ବଦା ସାଥିରେ ରଖନ୍ତୁ । ଯେ କୌଣସି ସମୟରେ ବି ଏହାର ଆବଶ୍ୟକତା ପଡିପାରେ ।