ଓଡିଶା ଇନଭେଷ୍ଟର୍ସ ମିଟ୍ : ଆଜିି ଓଡିଶା ଷ୍ଟାର୍ଟଅପ୍ ପଲିସିର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

18

କନକ ବ୍ୟୁରୋ : ବେଙ୍ଗାଳୁରୁରେ ଆରମ୍ଭ ହୋଇଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଆଜି ଓଡିଶା ଷ୍ଟାର୍ଟଅପ୍ ପଲିସିର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ୫ ବର୍ଷ ମଧ୍ୟରେ ୧ ହଜାର ଷ୍ଟାର୍ଟଅପ୍ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାରର। ଏଥିପାଇଁ ରାଜ୍ୟ ସରକାର ୨୫ ହଜାର କୋଟି ଟଙ୍କାର ବଜେଟ୍ ପ୍ରବଧାନର ଲକ୍ଷ୍ୟ ରଖିଛନ୍ତି।

ଏହି ଅର୍ଥ ଜରିଆରେ ଷ୍ଟାର୍ଟଅପକୁ ପ୍ରତ୍ସୋହିତ କରାଯିବ । ତେବେ ଓଡ଼ିଶା ଇନଭେଷ୍ଟର୍ସ ମିଟର ପ୍ରଥମ ଦିନରେ ଚେନ୍ନାଇସ୍ଥିତ ନବରତ୍ନ କଂପାନୀ ଏନ୍ଏଲସି ଇଣ୍ଡିଆ, ଓଡ଼ିଶାରେ ୨୫ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଛି। ୧୫ ହଜାର କୋଟି ଟଙ୍କାରେ ୨ ହଜାର ମେଗାୱାଟ-ର ଥର୍ମାଲ ପାୱାର ପ୍ଲାଂଟ୍ ଏବଂ ୩ ହଜାର କୋଟି ଟଙ୍କା ବ୍ୟୟରେ ୫ଶହ ମେଗାୱାଟ୍-ର ସୋଲାର ପାୱାର ପ୍ଲାଂଟ୍ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି।

ସେହିପରି କୋଲ ମାଇନିଂ ପ୍ରୋସେସିଂ ପ୍ଲାଂଟ୍ ପାଇଁ ୭ ହଜାର ୫ଶହ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଅନ୍ୟପକ୍ଷରେ ଭାରତ ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍ ବା ଭେଲ- ସୋଲାର ପ୍ଲାଂଟ୍ ପାଇଁ ୨ ହଜାର କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏଚପି ଫ୍ୟୁଚର ସିଟିଜ୍ ବୈଷୟିକ ସେବା ଏବଂ ୱିପ୍ରୋ ଜି.ଇ. ହେଲଥକେୟାର ମଧ୍ୟ ବିଭିନ୍ନ ପ୍ରକଳ୍ପ ଜରିଆରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବେଙ୍ଗାଳୁରୁରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ପୁଂଜି ନିବେଶ ନେଇ ରାଜ୍ୟ ସରକାର ପ୍ରାୟ ୨୫୦ କଂପାନୀଙ୍କ ସହ ଆଲୋଚନା କରିବା ପାଇଁ ଯୋଜନା ରଖିଛନ୍ତି।