ନେୱାଡା ଟ୍ରାଙ୍ଗେଲ : ୬୦ ବର୍ଷରେ ୨୦୦୦ ବିମାନ ଏଠି ହୋଇସାରିଲାଣି ଗାଏବ । ଜାଣନ୍ତୁ ଏହା ପଛର ରହସ୍ୟ

ଏହି ବାଟ ଦେଇ ଯାଉଥିବା ବିମାନକୁ ନେୱାଡ଼ା ଟ୍ରାଙ୍ଗେଲ ନିଜ ଆଡ଼କୁ ଟାଣିଥାଏ ।

223

ଯେପରି ଆଣ୍ଟଲାଟିକ ମହାସାଗରରେ ଥିବା ବରମୁଡ଼ା ଟ୍ରାଙ୍ଗେଲ ନିଜର ରହସ୍ୟ ପାଇଁ ଜଣାଶୁଣା, ଠିକ ସେଭଳି ଭାବରେ ନେୱାଡ଼ାରେ ଥିବା ଏହି ଅଞ୍ଚଳକୁ ସବୁଠାରୁ ବିପଦ ସଙ୍କୁଳ ବୋଲି କୁହାଯାଏ । ଏଠାରେ ଘଟୁଥିବା ଘଟଣା ପାଇଁ ଏହାକୁ ନେୱାଡ଼ା ଟ୍ରାଙ୍ଗେଲ ମଧ୍ୟ କୁହାଯିବା ସାମ୍ନାକୁ ଆସିଛି। ପଶ୍ଚିମ ଆମେରିକାର ରେନୋ, ଫ୍ରେସନୋ ଏବଂ ଏସ୍ ଭେଗସ ମଧ୍ୟରେ ଥିବା ଏହି ଅଞ୍ଚଳ ଉପର ଦେଇ ଯାଉଥିବା ସବୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଗତ ୬୦ବର୍ଷ ହେଲାଣି ଏହି ବାଟ ଦେଇ ଯାଇଥିବା ୨୦ହଜାର ବିମାନ ଦୁର୍ଘଟଣାର ଶିକାର ହେବା ସହ ଅନେକ ଲୋକ ପ୍ରାଣ ହରାଇଛନ୍ତି ।

କୁହାଯାଏ କି, ଏହି ବାଟ ଦେଇ ଯାଉଥିବା ବିମାନକୁ ନେୱାଡ଼ା ଟ୍ରାଙ୍ଗେଲ ନିଜ ଆଡ଼କୁ ଟାଣିଥାଏ । ଯାହାଦ୍ୱାରା ବିମାନ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଏପରି ଘଟଣା ଏବେ ବୈଜ୍ଞାନିକ ଏବଂ ବିଭିନ୍ନ ଦେଶର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ପଛର ରହସ୍ୟ କ’ଣ କାହାକୁ ଜଣା ନଥିବା ବେଳେ ବରମୁଡା ଟ୍ରାଙ୍ଗେଲ ଭଳି ଏଠାରେ ମଧ୍ୟ ମାଧ୍ୟାକର୍ଷଣ ପ୍ରବଳ ହୋଇଥିବାରୁ ଏପରି ଘଟଣା ଘଟୁଥିବା କହିଛନ୍ତି ବୈଜ୍ଞାନିକ । ଏଠାରେ ନିଖୋଜ ହୋଇଥିବା କୌଣସି ବିମାନର ପତ୍ତା ମିଳି ପାରି ନଥିବା ବେଳେ ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।