ଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଦୁଇ ଦେଶ ମଧ୍ୟରେ ହେବ ଅଧଡର୍ଜନରୁ ଅଧିକ ଚୁକ୍ତି

28

କନକ ବ୍ୟୁରୋ : ଦିଲ୍ଲୀର ହାଇଦ୍ରାବାଦ ହାଉସରେ ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଉଭୟଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଚାଲିଛି । ଏହାପରେ ଦୁଇ ଦେଶ ମଧ୍ୟରେ ଅଧ ଡଜନରୁ ଅଧିକ ଚୁକ୍ତି ହେବାର ସମ୍ଭାବନା ରହିଛି । ଛଅଦିନିଆ ଭାରତ ଗସ୍ତରେ ଆସିଥିବା

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ୱାଗତ କରାଯାଇ ଗାର୍ଡ ଅଫ ଅନର ଦିଆଯାଇଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ତାଙ୍କ ଭାରତଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ମୋଦିଙ୍କ ଇସ୍ରାଏଲ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଢିଛି । ଶାନ୍ତି ପାଇଁ ଭାରତ-ଇସ୍ରାଏଲ ମଧ୍ୟରେ ଚୁକ୍ତି ଜରୁରୀ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।