ଏହି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ! ଦେଖନ୍ତୁ ନେତାଜୀଙ୍କର କିଛି ଦୁର୍ଲଭ ଫଟୋ

647

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ବୀର ସିପାହୀ ତଥା ଓଡିଆ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମତିଥୀରେ ପୂରା ଦେଶବାସୀ ନିଜର ବୀର ପୁଅର ବୀରତ୍ୱର ଗାଥାକୁ ମନେ ପକାଉଛନ୍ତି । ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବେ ପରିଚିତ ନେତାଜୀ ସୁଭାଷ ବୋଷଙ୍କର ୧୮ ଅଗଷ୍ଟ ୧୯୪୫ରେ ଜାପାନରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ୨୩ ଅଗଷ୍ଟରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ନେତାଜୀଙ୍କ ମୃତ୍ୟୁକୁ ନେଇ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଛି । ଯାହା ନେତାଜୀଙ୍କ ମୃତ୍ୟୁ ଖବରକୁ ଆହୁରି ରହସ୍ୟମୟ କରିଛି ।

ନେତାଜୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ହସ୍ପିଟାଲ

ନେତାଜୀଙ୍କ ମୃତ୍ୟୁ ସସପେନ୍ସକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ରୋଚକ କଥା ଶୁଣିବାକୁ ମିଳିଥାଏ । ତେବେ ନେତାଜୀଙ୍କ ଅନ୍ତିମ ସଂସ୍କାର ଯେଉଁ ହସ୍ପିଟାଲରେ କରାଯାଇଥିଲା ତାହାର କିଛି ଚିତ୍ର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ନେତାଜୀଙ୍କ ବିମାନ ଦୁର୍ଘଟଣାଗସ୍ତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ଏହି ହସ୍ପିଟାଲକୁ ଅଣାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି କୁହାଯାଏ । ତେବେ ମୃତ୍ୟୁ ପୂର୍ବରୁ ଏହି ହସ୍ପିଟାଲରେ ବେଶ କିଛି ଘଣ୍ଟା ପର୍ଯ୍ୟନ୍ତ ଜୀବନ ଓ ମରଣ ସହ ସଂର୍ଘଷ କରିଥିଲେ ନେତାଜୀ । ପୂର୍ବତନ ଲୋକସଭା ସାଂସଦ ତଥା ଲେଖକ କୃଷ୍ଣା ବୋଷ ଏକ ମାଗାଜିନରେ ହସ୍ପିଟାଲର ଫଟୋ ଦେବା ସହ ଲେଖିଥିଲେ, ଏହି ହସ୍ପିଟାଲର ପଛ ପାଶ୍ୱର୍ରେ ସୁଭାଷ ଚନ୍ଦ୍ର ବୋଷଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଉପରୋକ୍ତ ଫଟୋରେ ଦେଖାଯାଉଥିବା ଦୁଇ ଇଞ୍ଜିନ ବିଶିଷ୍ଟ ଏୟାରକ୍ରାଫ୍ଟ ଯେଉଁଥିରେ ନେତାଜୀ ତାଇୱାନା ସାଇଗୋନ ଏୟାରପୋର୍ଟରୁ ୧୭ ଅଗଷ୍ଟ ୧୯୪୫ ମସିହାରେ ଯାତ୍ରା ଆରମ୍ଭ କରିଥିଲେ । କୁହାଯାଏ, ବିମାନ ଉଡିବାର କିଛି ମିନିଟ୍ ମଧ୍ୟରେ ହିଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଏୟାରକ୍ରାଫ୍ଟରେ ଆଜାଦ ହିନ୍ଦ ଫୌଜର କିଛି ଅଫିସର ଓ ଜାପାନୀ ସେନାର କିଛି ଉଚ୍ଚ ଅଧିକାରୀ ନେତାଜୀଙ୍କ ସହ ଯାତ୍ରା କରୁଥିଲେ ।

ଏହା ସେହି ସମୟର ଜାପାନୀ ଖବରକାଗଜ, ଯେଉଁଥିରେ ୨୩ ଅଗଷ୍ଟ ୧୯୪୫ ମସିହାରେ ପ୍ରଥମଥର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ଖବର ତାଙ୍କର ଫଟୋ ସହ ପ୍ରଥମେ ପ୍ରକାଶିତ ହୋଇଥିଲା । ନେତାଜୀଙ୍କ ସହ ମୃତ୍ୟୁ ବରଣ କରିଥିବା ଜେନେରାଲ ସିଦେଇଙ୍କ ବାବଦରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଆଉ ଏହି ଖବର ପ୍ରକାଶିତ ହେବା ପରେ ପୂରା ବିଶ୍ୱବାସୀ ନେତାଜୀଙ୍କ ମୃତ୍ୟୁ ବାବଦରେ ଜାଣିବାକୁ ପାଇଥିଲେ ।

ଭାରତରେ ନେତାଜୀଙ୍କ ମୃତ୍ୟୁ ଖବର ପ୍ରଥମେ କୋଲକାତାର ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଜାପାନର ଏକ ନ୍ୟୁଜ ଏଜେନ୍ସି ଖବରକୁ ଆଧାର କରି ଜାପାନର ଏକ ସୈନ୍ୟ ହସ୍ପିଟାଲରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଖବର ହିନ୍ଦୁସ୍ତାନ ଷ୍ଟାର୍ଣ୍ଡାଡରେ ପ୍ରକାଶିତ ହୋଇଥିଲା ।

ଏହି ଫଟୋଟି ନେତାଜୀଙ୍କର ଶେଷ ଫଟୋ ଥିଲା । ୧୭ ଅଗଷ୍ଟ ୧୯୪୫ ମସିହାରେ ବିମାନରୁ ଓହ୍ଲାଇବା ସମୟରେ ଏହି ଫଟୋଟି ଉଠାଯାଇଥିଲା । ଯେଉଁଥିରେ ନେତାଜୀ ସାଲ୍ୟୁଟ କରୁଥିବାର ନଜର ଆସିଥିଲେ । ତେବେ ଏହା ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।