୧୨୨ ତମ ଜୟନ୍ତୀରେ ସୁବାଷ ବୋଷଙ୍କୁ ସ୍ମରଣ । କଟକ ଓଡିଆ ବଜାର ବାସଭବନରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ

159

କନକ ବ୍ୟୁରୋ: ଆଜି ଜାତୀୟ ମୁକ୍ତି ସଂଗ୍ରାମର ମହାନ ଜନନାୟକ ନେତାଜୀ ସୁଭାଷ ବୋଷଙ୍କର ୧୨୨ତମ ଜୟନ୍ତୀ । କଟକ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ଜୟନ୍ତୀ ଉତ୍ସବକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ଏହି ଅବସରରେ ନେତାଜୀ ଭବନରେ ପହଁଂଚି ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ସୌମ୍ୟ ।

ଆଜି ସକାଳେ ସାଂସଦ ଶ୍ରୀ ପଟ୍ଟନାୟକ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଣେ ଭଲ ଛାତ୍ର ଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମରେ  ସାମିଲ ହେବା ପରେ ସେ ତାଙ୍କର ସ୍ପଷ୍ଟ ମତ, ମୂଲ୍ୟ;ବାଧ ଓ ଆଦର୍ଶରେ ପରିଚାଳିତ ହେଉଥିଲେ।

ଏପରିକି ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ମଧ୍ୟ ନିଜର ମୂଲ୍ୟବୋଧ, ଆଦର୍ଶ ଓ ନିଜ ବିଶ୍ୱାସ ପାଇଁ ସେ ତାଙ୍କ ନୀତିକୁ ବିରୋଧ କରିବାକୁ ପଛାଉ ନ ଥିଲେ। ତେଣୁ ଯୁବଗୋଷ୍ଠୀ ଓ ଛାତ୍ର ସମାଜ ନେତାଜୀଙ୍କ ପରି ନିର୍ଭୀକ ହେବାକୁ ସାଂସଦ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ତେବେ ନେତାଜୀଙ୍କ ସ୍ମୃତିକୁ ଚିରଦିନ ପାଇଁ ମନେରଖିବା ପାଇଁ କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଏବେ ସଂଗ୍ରହାଳୟ ହୋଇଛି । ଏଠାରେ ନେତାଜୀଙ୍କ ଜୀବନ ସହ ଜଡିତ ଇତିହାସକୁ ନେଇ ରହିଛି ଗ୍ୟାଲେରୀ । ଏହାଛଡା ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଆକାରରେ ଦର୍ଶାଯାଇଛିା