ଉଭୟ ଭାରତ ଓ ଚୀନ ସହ ଉତ୍ତମ ସଂପର୍କ ବଜାୟ ରଖିବ ନେପାଳ : ନେପାଳ ପ୍ରଧାନମନ୍ତ୍ରୀ

42

କନକ ବ୍ୟୁରୋ : ଉଭୟ ପଡୋଶୀ ଦେଶ ଭାରତ ଓ ଚୀନ ସହ ଉତ୍ତମ ସଂପର୍କ ବଜାୟ ରହିବ ବୋଲି ବିଦେଶ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି କହିଛନ୍ତି । ସେ କହିଛନ୍ତି ଯେ, ଆମେ ସମସ୍ତଙ୍କ ସହ ଉତ୍ତମ ସଂପର୍କ ସ୍ଥାପନା କରିବା ସହ ସମସ୍ତଙ୍କୁ ଆମ ଦେଶରେ ନିଜ ଦେଶ ଭଳି ସ୍ୱାଧୀନତା ଦେବୁ । ୫ ଦିନିଆ ଚୀନ ଗସ୍ତରେ ଥିବା କେ.ପି ଓଲି ସେଠାକାର ଗଣମାଧ୍ୟମକୁ ଏହି ବାର୍ତ୍ତା ଦେଇଛନ୍ତି । ଏହାସହ ସେଠାରେ ଚୀନ ଓ ନେପାଲ ମଧ୍ୟରେ ଏକ ନୂତନ ରେଳ ପ୍ରକଳ୍ପର ଚୁକ୍ତି(ଏଏମୟୁ) ସ୍ୱାକ୍ଷର କରିଛନ୍ତି । ଏହି ପ୍ରକଳ୍ପଟି ନେପାଳର ରାଜଧାନୀ କାଠମାଣ୍ଡୁ ଓ ଚୀନର ତିଦ୍ଦତ ଅଞ୍ଚଳକୁ ଏହା ସଂଯୋଗ କରିବ । ଏହି ପ୍ରକଳ୍ପରେ ମୋଟ ୧୪ଟି ଦସ୍ତାବିତରେ ସ୍ୱାକ୍ଷର କରିଛନ୍ତି କେ.ପି ଓଲି ।

କେ.ପି ଓଲି ଚୀନର ଚାଇନା ଗ୍ଲୋବାଲ ଟାଇମ୍ସକୁ ଏକ ସାକ୍ଷାତକାର ଦେବାବେଳେ କହିଛନ୍ତି ଯେ, ଆମ ଦେଶର ବିକାଶର ଆବଶ୍ୟକତା ରହିଛି । ତେଣୁ ଆମେ ସମସ୍ତ ଦେଶସହିତ ଉତ୍ତମ ସଂମ୍ପର୍କ ରକ୍ଷା କରିବୁ । ତେଣୁ ଆମେ ଦେଶର ବିକାଶ ଲାଗି ବିଦେଶୀ ନୀତି ଉତ୍ତମ ରହିବା ଆବଶ୍ୟକତା ରହିଛି ।

ତେବେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଭାରତ ଓ ଚୀନ ମଧ୍ୟରେ ନେପାଳ ମଧ୍ୟଦେଇ ଏକ ରାସ୍ତା ନିର୍ମାଣ କରାଯାଏ ତେବେ ଏହାକୁ ଆପଣ ସ୍ୱାଗତ କରିବେ କି ? ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଭଭୟ ଦେଶ ମଧ୍ୟରେ ଯହି କୌଣସି ଏପରି ରାସ୍ତା ହୁଏ, ନେପାଳ ମଧ୍ୟ ଏହାକୁ ସ୍ୱାଗତ କରିବ । ଯଦି ଏହା ନେପାଳ ପ୍ରତି କୌଣସି କ୍ଷତି ପହଞ୍ଚାଉ ନଥିବ ତେବେ ଆମର କୌଣସି ଅସୁବିଧା ନାହିଁ ।

ଯଦି ଏହା ହୁଏ ତେବେ କେବଳ ଆମର ନୁହେଁ ବରଂ ୩ଟି ଦେଶର ବିକାଶ ହୋଇପାରିବ । ନେପାଳ ସବୁ ବେଳେ ଶାନ୍ତିରେ ରହିବୀ ସହ ତାହାର ପଡୋଶୀ ମାନେ କିପରି ଭାବରେ ଭଲରେ ରହିବେ ସେ କଥା ଚିନ୍ତା କରେ ଓ ବିକାଶକୁ ଅଧିକ ପ୍ରାଧାନ୍ୟ ଦିଏ । ରେଳ ଲାଇନ ନିର୍ମାଣ ହେଲେ ଚୀନ ଓ ନେପାଳର ଅନେକ ବିକାଶ ହୋଇପାରିବ ବୋଲି କେ. ପି ଓଲି କହିଛନ୍ତି । ଏହି ପ୍ରକଳ୍ପକୁ ଦୁଇ ଦେଶ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି । ତେଣୁ ଏହାକୁ ଆମେ ସମସ୍ତେ ସ୍ୱାଗତ କରିବାର ଆବଶ୍ୟକତା ରହିଛି । ଚୀନ ନିଜ ସୀମାରେ ଯେଉଁ ରାସ୍ତା ନିର୍ମାଣ କରିଛି ଏହା ଦ୍ୱାରା ସମସ୍ତଙ୍କର ଜିବା ଆସିବାରେ ସୁବିଧା ହେବ ।

ଭାରତ ମଧ୍ୟ ନିଜ ସୀମାରେ ରାସ୍ତା ନିର୍ମାଣ କରୁଛି ତେବେ ତାହା ସାମାନ୍ୟ ବିବାଦ ହୋଇଛି କାରଣ ଭାରତ ଯେଉଁ ରାସ୍ତା ତିଆରି କରୁଛି ତାହା ପାକିସ୍ଥାନ ଅଧୀକୃତ କାଶ୍ମୀର ଅଞ୍ଚଳରେ ଆସୁଥିବାରୁ ସାମାନ୍ୟ ବିବାଦ ଦେଖାଯାଇଛି । ଏହା ଆଗକୁ ସମାଧାନ ହୋଇଯିବ ବୋଲି ଆମର ବିଶ୍ୱାସ ରଖିବା ଉଚିତ ବିଦେଶ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ସୂଚନା ଦେଇଛନ୍ତି ।