ପୁରୀରେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ : ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା

27

କନକ ବ୍ୟୁରୋ : ପୁରୀରେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ବିଦ୍ୟାଦେବୀଙ୍କ ଗସ୍ତ ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ  ରହିଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଥିବା କହିଛନ୍ତି ବିଦ୍ୟାଦେବୀ । ତାଙ୍କର ଏହି ଗସ୍ତ ଉଭୟ ଦେଶର ସଂପର୍କକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ।