ଆଫ୍ରିକାରେ ଗାନ୍ଧୀ ନାମରେ ପରିଚିତ ଏହି ବ୍ୟକ୍ତିତ୍ୱଙ୍କ ଜୀବନର ୨୭ ବର୍ଷ ବିତିଥିଲା ଜେଲରେ : ତାଙ୍କର ଏହି କଥା ବଦଳାଇ ଦେଇପାରେ ଆପଣଙ୍କ ଜୀବନ

48

ମୋହନ ଦାସ କରମଚାନ୍ଦ ଗାନ୍ଧୀ ନିଜର ସାମାଜିକ ଜୀବନର ଆରମ୍ଭ ଦକ୍ଷିଣ ଆଫ୍ରିକାରୁ କରିଥିଲେ । ସେ ବର୍ଷ ୧୯୧୫ରେ ଭାରତ ଫେରିଥିଲେ, କିନ୍ତୁ ଠିକ୍ ୩ ବର୍ଷ ପରେ ଏହି ପୃଥିବୀରେ ଜଣେ ବ୍ୟକ୍ତି ଜନ୍ମ ହୋଇଥିଲେ, ଯିଏ କି ପରେ ଆଫ୍ରିକାର ଗାନ୍ଧୀ ନାମରେ ଜଣାଗଲେ । ଏହି ବ୍ୟକ୍ତିଙ୍କ ନାମ ନେଲସନ ମାଣ୍ଡେଲା, ଯାହାଙ୍କ ଜନ୍ମ ୧୮ ଜୁଲାଇ ୧୯୧୮ରେ ଦକ୍ଷିଣ ଆଫ୍ରିକାର ୱେଜୋରେ ହୋଇଥିଲା । ଦେଶରେ ରଙ୍ଗଭେଦ ବିରୋଧୀ ସଂଘର୍ଷ ଓ ଲୋକତନ୍ତ୍ର ଆଣିବା ଯୁଦ୍ଧରେ ନେଲସନ ମାଣ୍ଡେଲାଙ୍କୁ ନିଜର ଯୈାବନର ୨୭ ବର୍ଷ ଜେଲରେ ବିତାଇଥିଲେ । ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ପରେ ଲୋକତନ୍ତ୍ରର ରାଜ ସ୍ଥାପିତ ହେବା ପରେ ନେଲସନ ମାଣ୍ଡେଲା ଏଠାକାର ପ୍ରଥମ ଅଶ୍ୱେତ ରାଷ୍ଟ୍ରପତି ହୋଇଥିଲେ । ନେଲସନ ମାଣ୍ଡେଲାଙ୍କୁ ଭାରତ ରତ୍ନ ବି ମିଳିସାରିଛି ।

ଏହି ମହାନ ରାଜନେତାଙ୍କ ସଂଘର୍ଷର କାହାଣୀ ବଡ ଲମ୍ବା, ଏମିତିରେ ଆମେ ତାଙ୍କର ୧୦ଟି କଥା ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯାହାକୁ ଅନୁସରଣ କରି ଜୀବନରେ ସଫଳତାର ନୂଆ ପାହାଚ ହାସଲ କରାଯାଇପାରିବ ।

୧. ଟଙ୍କାରୁ ସଫଳତା ମିଳେନି । ଟଙ୍କା ରୋଜଗାର କରିବାର ସ୍ୱତନ୍ତ୍ରତାରୁ ସଫଳତା ମିଳେ ।

୨. ମନୁଷ୍ୟର ସଦଗୁଣ ଜ୍ୟୋତି ସମାନ, ଯାହାକୁ ଲୁଚାଯାଇପାରିବ, କିନ୍ତୁ ଲିଭାଯାଇପାରିବନି ।

୩. ବିପଦ କାହାକୁ ଭାଙ୍ଗେ ତ କାହାକୁ ଶକ୍ତ ବନାଏ । କୈାଣସି ବି ବିପଦ ଏତେ ପ୍ରଖର ନଥାଏ, ଯାହା ଲଗାତାର ପ୍ରୟାସ କରୁଥିବା ଲୋକଙ୍କ ସାହସକୁ ଭାଙ୍ଗିବ ।

୪. ସମୟର ଉପଯୋଗ ଭାବିଚିନ୍ତି କରିବା ଉଚିତ୍ ଓ ଏହି କଥାକୁ ମନେ ରଖିବା ଉଚିତ୍ କି କାମ କରିବାର କୈଣସି ଭୁଲ୍ ସମୟ ନଥାଏ । ସମୟରେ ସବୁ କାମ କରିଦେବା ଉଚିତ୍ ।

୫. ଶିକ୍ଷା ସବୁଠାରୁ ବଡ ଅସ୍ତ୍ର । ଯାହାର ବ୍ୟବହାର ଦୁନିଆକୁ ବଦଳାଇବା ପାଇଁ କରାଯାଇପାରିବ ।

୬. ଯେପର୍ଯ୍ୟନ୍ତ କାମ କରାନଯିବ ତାହା ଅସମ୍ଭବ ଲାଗିବ ।