ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ବଲିଉଡ ସିଙ୍ଗରଙ୍କ ଆଖି ମାରିବା ଭିଡ଼ିଓ : ପ୍ରଥମ ଦିନରେ ୧୨ ଲକ୍ଷରୁ ଉଦ୍ଧ୍ୱର୍ ପ୍ରଶଂସକଙ୍କ ଲାଇକ

66

କନକ ବ୍ୟୁରୋ : ନେହା କକ୍କର ପୁଣି ଥରେ ଚର୍ଚ୍ଚାରେ । ମାଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅନୁକରଣ କରି ଚର୍ଚ୍ଚା ସୃଷ୍ଟି କଲେ ନେହା । ପ୍ରିୟାଙ୍କ ଶୈଳୀରେ ନେହାଙ୍କ ଆଖି ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡର ଏହି ଆଗଧାଡ଼ିର କଣ୍ଠଶିଳ୍ପୀ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ ।

‘କାଲା ଚଷମା’, ‘ମେଁ ତେରା ବୟଫ୍ରେଣ୍ଡ’, ‘କର ଗୟି ଚୁଲ’ ଭଳି ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିବା ନେହାଙ୍କ ଭିଡ଼ିଓକୁ ମାତ୍ର ଗୋଟିଏ ଦିନ ମଧ୍ୟରେ ୧୨ ଲକ୍ଷରୁ ଉଦ୍ଧ୍ୱର୍ ପ୍ରଶଂସକ ଦେଖିଥିବା ଜଣାପଡ଼ିଛି । ଏହି ଅନ୍ଦାଜକୁ ପ୍ରସିଦ୍ଧ କରିବାର ଶ୍ରେୟ ପ୍ରିୟା ପ୍ରକାଶ କୁ ଯାଉଛି ।

ସୂଚନାଯୋଗ୍ୟ, ଗତ ମାସରେ ୨୬ ସେକେଣ୍ଡର ଏକ ଭିଡିଓ ପ୍ରିୟାଙ୍କୁ ଇଣ୍ଟରନେଟରେ ରାତାରାତି ଷ୍ଟାର ବନାଇ ଦେଇଥିଲା । ତାଙ୍କ ପିଲ୍ମ ‘ଓରୁ ଅଦାର ଲଭ’ ରିଲିଜ ହେବା ପୂର୍ବରୁ ସେ ପ୍ରସିଦ୍ଧି ଲାଭ କରିଥିଲେ । ପ୍ରିୟା ଗୁଗଲ ସର୍ଚ୍ଚ ମାମଲାରେ ସନି ଲିଓନିଙ୍କୁ ବି ପଛରେ ପକାଇ ଦେଇଥିଲେ । ଭେଲେଣ୍ଟାଇନ ଡେରେ ଭାଇରାଲ ହୋଇଥିବା ଏହି ଭିଡିଓ ବହୁତ ରେକର୍ଡ ସୃଷ୍ଟି କରିଥିଲା । ପ୍ରିୟାଙ୍କ ଏହି ଗୀତ ସ୍କୁଲ ରୋମାନ୍ସ ଉପରେ ଆଧାରିତ ଥିଲା, ଯେଉଁଠି ପୁଅ-ଝିଅ ଇସାରାରେ ପ୍ରେମଭାବ ବ୍ୟକ୍ତ କରୁଥିବା ନଜର ଆସିଥିଲେ ।