ସାମ୍ନାକୁ ଆସିଲା ନେହା-ହିମାନ୍ସଙ୍କ ପ୍ରେମ ବିଚ୍ଛେଦର କାରଣ ! ଦୁହିଁଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ ଉପସ୍ଥିତି ହେଲା ବିଚ୍ଛେଦର କାରଣ ।

815

କିଛି ଦିନ ତଳେ ବଲିଉଡ୍ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ସୋସିଆଲ ସାଇଟରୁ ନିଜ ନିଜର ଫଟୋ ହଟାଇଦେବା ସହ ପରସ୍ପରକୁ ଅନଫଲୋ କରିଥିଲେ । ଏହା ସହ ନେହା ନିଜ ଇନଷ୍ଟା ଷ୍ଟାଟସରେ ଦୁଃଖଭରା ଷ୍ଟାଟସ ରଖିବା ପରେ ଦୁହିଁଙ୍କ ମଧ୍ୟରେ ଏବେ ଆଉ କିଛି ନାହିଁ ବୋଲି ସେମାନଙ୍କ ପ୍ରଶଂସକ ଜାଣି ଯାଇଥିଲେ। ବ୍ରେକ୍-ଅପ୍ ଖବର ଆସିବା ପରେ ଏହା ପଛର କାରଣ କ’ଣ ଥିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ଏବେ କାରଣଟି ଜଣାପଡ଼ିଛି ।

ସୂଚନା ମୁତାବକ, ଇଣ୍ଡିଆନ ଆଇଡଲରେ ଥିବା ପ୍ରତିଯୋଗୀଙ୍କ ସହ ନେହାଙ୍କ ସଂପର୍କ ଥିବା ସନ୍ଦେହ କରି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହିମାନ୍ସଙ୍କ ମନରେ ଆସିଥିବା ଏହି ସନ୍ଦେହ ପାଇଁ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଭାଙ୍ଗିଯାଇଥିବା ସାମ୍ନାକୁ ଆସିଛି । କିନ୍ତୁ ଇଣ୍ଡିଆନ ଆଇଡଲର ସେହି ପ୍ରତିଯୋଗୀ ଜଣଙ୍କ କିଏ ତାହା ଜଣା ପଡ଼ି ପାରି ନାହିଁ ।