ଦିଲ୍ଲୀରେ ମୋତେ ଖୁବ୍ ଡର ଲାଗେ : ନେହା ଧୁପିଆ

33

ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ କହିଛନ୍ତି ଆଜି ବି ତାଙ୍କର ପ୍ରଥମ ପସନ୍ଦ ଅଭିନୟ । ନିଜର ଅଡିଓ ଚାଟ୍ ସୋ’ ‘ ନୋ ଫିଲଟର ନେହା ’ ସିଜିନ୍-୨କୁ ପ୍ରମୋଟ୍ କରିବାକୁ ଆସିଥିବା ନେହା ମିଡିଆକୁ କହିଥିଲେ ଅନେକ ମନର କଥା । ନେହା କହିଛନ୍ତି ଯେ , ଦିଲ୍ଲୀକୁ ସେ ଭାରି ଡରନ୍ତି । ସେ ମୁମ୍ବାଇରେ ରାତିରେ ଯେକୌଣସି ସମୟରେ କାମ ସାରି ଏକୁୁଟିଆ ଘରେ ପହଁଚିଥାନ୍ତି । କିନ୍ତୁ ଦିଲ୍ଲୀରେ ନୁହେଁ । ନିଜର ଚାଟ୍ ସୋ’ ନୋ ଫିଲଟର ସିଜିନ୍-୨ ର ପ୍ରମୋଶନ ପାଇଁ ଦିଲ୍ଲୀରେ ପହଁଚିଥିବା ନେହା କହିଛନ୍ତି, ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ଉଠାଇବା ଉଚିତ୍ ।

ଅଡିଓ ଚାଟ୍ ସୋ’ ‘ନୋ ଫିଲଟର’ ନେହାଙ୍କ ସିଜିନ୍-୧ ଭଲ ଥିଲା । ଏବେ ଏହାର ସିଜିନ୍ -୨ ଆସିଛି । ସିଜିନ୍-୨ରେ ଅନେକ ଜିନିଷ ପ୍ରଥମ ଭଳି । ଏହାର ସଫଳତାର ଆଧାରରେ ଦ୍ୱିତୀୟ ଥର ସୋ’ରେ ରଖାଯାଇଛି ନେହା ରହିଛନ୍ତି । ଏଥର ସୋ’ଟି କେମିତି ଅଲଗା ? ନେହା ଏହା କହିଛନ୍ତି , ସିଜିନ୍ -୨ରେ ଏମିତି କିଛି ଅଲଗା ନାହିଁ । ଆମେ ଫର୍ମାଟ ସେହି ଏକାଧରଣର ରଖିଛୁ । ପ୍ରଥମ ସିଜିନ୍ ଭଳି ସିଜିନ୍-୨କୁ ବି କରିଛୁ । କାରଣ ପ୍ରଥମ ସିଜିନ୍ ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । କିନ୍ତୁ ସିଜିନ୍-୧ରେ ଡକାଯାଇଥିବା ଅତିଥିଙ୍କୁ , ସିଜିନ୍-୨ରେ ନାହାଁନ୍ତି । ଏଥର ବରୁଣ ଧୱନ, ପରିଣୀତି ଚୋପ୍ରା,ସୋନାକ୍ଷୀ ସିହ୍ନା ,ଇମିତିୟାଜ ଅଲୀ, ସାନିଆ ମିର୍ଜା ,ବିଦ୍ୟା ବାଲାନ୍ ଓ ସିଦ୍ଧାର୍ଥ ମଲହୋତ୍ରା ଆଦି ଅତିଥି ଭାବେ ଅଛନ୍ତି ।