ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ ନାୟିକା ନେହା ଧୁପିଆ ! ସାହାଯ୍ୟ କରିବା ପରିବର୍ତ୍ତେ ଲୋକମାନେ ଉଠାଇଚାଲିଲେ ସେଲଫି

40

ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ । ଚଣ୍ଡିଗଡରେ ଏୟାରପୋର୍ଟ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ନେହା । ତେବେ ଏହି ଦୁର୍ଘଟଣାରେ ଯଦିଓ ନେହା ଏବଂ ତାଙ୍କ ଟିମର କୌଣସି କ୍ଷତି ହୋଇନାହିଁ ତଥାପି ସଦମାରେ ଅଛନ୍ତି ନେହା ଧୁପିଆ । କାରଣ ମାଡ଼ ଯୋଗୁଁ ତାଙ୍କ କାନ୍ଧରେ କଷ୍ଟ ଅନୁଭବ ହେଉଛି । ତେବେ ଶାରୀରିକ କଷ୍ଟ ଠାରୁ ନେହାକୁ ଲାଗିଛି ମାନସିକ ଧକ୍କା । କାରଣ ଦୁର୍ଘଟଣା ସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ । କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେଲଫି ଏବଂ ଅଟୋଗ୍ରାଫ୍ ମାଗିବାରେ ବ୍ୟସ୍ତ ଥିଲେ । ତେଣୁ ଏହି କଥା ନେହାଙ୍କୁ ଖୁବ୍ ଦୁଃଖ ଦେଇଛି ।

ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ ନିଜର ଏକ ପ୍ରୋଗ୍ରାମର ପ୍ରମୋସନ୍ ପାଇଁ ଚଣ୍ଡିଗଡ ଯାଇଥିଲେ । ତେବେ ଏଠାରେ ଏକ ଦୁର୍ଘଟଣା ଶିକାର ହୋଇଛନ୍ତି ବଲିଉଡର ଏହି ହଟ୍ ନାୟିକା । ଏୟାରପୋର୍ଟ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ନେହା । ନେହା ତାଙ୍କ ସୋ ‘ନୋ ଫିଲଟର୍ ୱିଥ୍ ନେହା’ର ପ୍ରମୋସନ୍ ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।