ଜାତିର ପିତାଙ୍କୁ ଅସମ୍ମାନ ! ଅବହେଳିତ ଅବସ୍ଥାରେ ପଡିରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

58

ମହାତ୍ମା ଗାନ୍ଧୀ ଭାରତରେ ଇଂରେଜମାନଙ୍କ ଅତ୍ୟାଚାରରୁ ଭାରତୀୟ ମାନଙ୍କୁ ସ୍ୱାଧୀନତା ଦେବା ଲାଗି ଗାନ୍ଧୀ ଅନେକ ବଳିଦାନ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅହିଂସା ମାଧ୍ୟମରେ ଦେଶରୁ ଇଂରେଜମାନଙ୍କଠାରୁ ସ୍ୱାଧିନତା ଦେବାରେ ଗାନ୍ଧୀ ମୁଖ୍ୟ ଥିଲେ । ସାରା ଭାରତରେ ସେ ଅନେକ ଲୋକମାନଙ୍କୁ ଏକତ୍ରିତ କରି କିପରି ଭାବରେ ସେମାନଙ୍କୁ ଦେଶରୁ ବିଦା କରାଯିବ ସେଥିପାଇଁ ଅନେକ ସଭା ମଧ୍ୟ ଆୟୋଜନ କରିଥିଲେ ।

ସେଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇବା ପାଇଁ ସ୍ଥାନେ ସ୍ଥାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କରାଯାଇଛି ଓ ତାଙ୍କୁ ପୂଜା କରାଯାଉଛି । ହେଲେ ବ୍ରହ୍ମପୁରର ରେଲୱେ ଷ୍ଟେସନ ରୋଡରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅବହେଳିତ ଅବସ୍ଥାରେ ପଡିଥିବା ଦେଖାଯାଇଛି । ମୂର୍ତ୍ତି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏହା ଉପରେ ଏପର୍ଯ୍ୟନ୍ତ କାହାର ନଜର ନାହିଁ । ନା ପ୍ରଶାସନ ନା କୌଣସି ଲୋକ ପ୍ରତିନିଧି କାହାର ବି ଦୃଷ୍ଟି ପଡିନାହିଁ । ଏଥିରୁ ଜଣାପଡୁଛି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ପ୍ରଶାସନ ଅଣଦେଖା କରୁଛି ।