ନକରାତ୍ମକ ଚିନ୍ତାଧାରା ଯୋଗୁଁ ହୋଇପାରନ୍ତି ବିଷାଦର ଶିକାର ! ଜାଣନ୍ତୁ କିପରି ?

39

ଆପଣ ବହୁତ ସମୟ ଧରି ନକରାତ୍ମକ ଚିନ୍ତା କରୁଛନ୍ତି କି ? କ’ଣ ଆପଣ ସବୁବେଳେ ଚିଡଚିଡା ଅନୁଭବ କରୁଛନ୍ତି? ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଏପରି ଲକ୍ଷଣ ଦେଖାଦେଲେ ସମ୍ଭବତଃ ଆପଣ ବିଷାଦର ଶିକାର ହୋଇଛନ୍ତି । ଏଥିରେ ଜଣାପଡିଛି ଚିଡଚିଡାପଣ ଓ ନକରାତ୍ମକ ବିଚାର ବିଷାଦର ପ୍ରାରମ୍ଭିକ ସଙ୍କେତ । ଏହି ସଙ୍କେତ ଖାଦ୍ୟପେୟ, ଶୋଇବାର ଅନିୟମିତତା ଅଭ୍ୟାସ ଯୋଗୁଁ ଦେଖାଯାଏ ।

ଅଧ୍ୟୟନରୁ ଜଣାପଡିଛି ୪୧ ପ୍ରତିଶତ ଲୋକଙ୍କୁ ଲାଗେ ଯେବେ ସେମାନେ ବଷାଦର ଶିକାର ହୋଇଥିଲେ ସେମାନେଙ୍କ ଖାଦ୍ୟପେୟରେ ଅଭ୍ୟାସ ବଦଳି ଯାଇଥିଲା । ଜଣାପଡିଛି ଭାରତର ୧୪ ପ୍ରତିଶତ ଜନସଂଖ୍ୟା ବଷାଦଗ୍ରସ୍ତ ଅଛନ୍ତି । ଏଥିପାଇଁ ବିଶେଷଜ୍ଞର ହସ୍ତକ୍ଷେପ ବହୁତ ଜରୁରୀ । ଏକ ସର୍ବେକ୍ଷଣରୁ ଜଣାପଡିଛି ଭାରତରେ ବଷାଦଗ୍ରସ୍ତ ଲୋକମାନଙ୍କ ଠାରୁ ମାତ୍ର ୬ ପ୍ରତିଶତ ଲୋକ ମନୋବିଜ୍ଞାନୀଙ୍କ ପରାମର୍ଶ ନେଇ ଥାଆନ୍ତି । ଅଧ୍ୟୟନ ଅନୁସାରେ ୫୨ ପ୍ରତିଶତ ଲୋକ ସଙ୍ଗୀତ ଶୁଣି ଓ କିଛି ଶୋଇ ଶୋଇ ନିଜର ବିଷାଦ ମୁକ୍ତ କରିଛନ୍ତି ।