ପରୀକ୍ଷାରେ ନେଗେଟିଭ୍ ମାର୍କିଙ୍ଗ ଦ୍ୱାରା ବିଦ୍ୟାର୍ଥୀଙ୍କ ମସ୍ତିଷ୍କ ଉପରେ ପଡିଥାଏ ପ୍ରଭାବ : ମାଡ୍ରାସ ହାଇକୋର୍ଟ

108

ସିବିଏସଇ ଦ୍ୱାରା ପରିଚାଳିତ ହେଉଥିବା ଜେଇଇ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ନେଗେଟିଭ୍ ମାର୍କିଙ୍ଗର ବ୍ୟବସ୍ଥା ଉପରେ ପୁଣି ଥରେ ବିଚାର କରାଯିବାର ଆବଶ୍ୟକତା ଅଛି ବୋଲି ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ କହିଛନ୍ତି । କାହିଁକିନା ଏହା ମସ୍ତିଷ୍କର ବିକାଶକୁ ପ୍ରଭାବିତ କରେ ଓ ସେମାନଙ୍କୁ ବୁଦ୍ଧିମତାର ସହ ଅନୁମାନ ଲଗାଇବାକୁ ରୋକେ । ନ୍ୟାୟମୂର୍ତ୍ତି ଆର ମହାଦେବନ ଜେଇଇ ପରୀକ୍ଷାରେ ବସିଥିବା ଏସ ନେଲସନ୍ ପ୍ରଭାକରଙ୍କ ଏକ ପିଟିସନର ଫଇସଲା କଲାବେଳେ ଏହା ଉପରେ ଟିପ୍ପଣୀ କରିଛନ୍ତି ।

ପ୍ରଭାକର ୨୦୧୩ରେ ଏହି ପରୀକ୍ଷା ଦେଇଥିଲେ । ଏସସି ବର୍ଗ ଅଧିନରେ ଏହି ପରୀକ୍ଷା ଦେଇଥିଲେ । ନେଗେଟିଭ୍ ମାର୍କିଙ୍ଗ ପାଇଁ ସେ କଟଅଫରୁ ୩ ନମ୍ବର ପଛରେ ରହିଯାଇଥିଲେ । ଏହାପରେ ସେ ପିଟିସନ୍ ଦାଖଲ କରି ନିଜର ଭୌତିକ ଓ ଗଣିତର ଉତ୍ତର ଖାତାର ପୁନଃମୂଲ୍ୟାଙ୍କନ ପାଇଁ ସିବିଏସଇକୁ ଏକ ନିର୍ଦ୍ଦେଶ ଦେବାର ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଦ୍ୱାରା ସାମୟିକ ଆଶ୍ୱସ୍ଥି ଦିଆଯିବା ସୁଦ୍ଧା ସିବିଏସଇ ତାଙ୍କୁ ଜେଇଇ(ଆଡଭାନ୍ସ)ରେ ବସିବାକୁ ଅନୁମତି ଦେଇନଥିଲା ।

ସୂଚନାଯୋଗ୍ୟ, ଜେଇଇ ମେନ୍ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ଜେଇଇର ଅଫିସିଆଲ ସାଇଟ୍ ମୁତାବକ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୬ରୁ ୨୦ ଜାନୁୟାରୀ ୨୦୧୯ ମଧ୍ୟରେ ହେଲା । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୮ ଫେବୃୟାରୀରୁ ଆରମ୍ଭ ହେବ ଏବଂ ଏହା ୭ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର ଦ୍ୱିତୀୟ ଭାଗ ୬ ଏପ୍ରିଲରୁ ଆରମ୍ଭ ହେବ ଏବଂ ଏହାର ଆଡମିଟ୍ କାର୍ଡ ୧୮ ମାର୍ଚ୍ଚ, ୨୦୧୯ ରୁ ମିଳିବ । ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ୭୫% ଅଙ୍କ ରଖିଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷାରେ ବସିପାରିବେ । ଏସସି-ଏସଟି ବର୍ଗର ଛାତ୍ରଙ୍କ ପାଇଁ ୬୫% ଅଙ୍କର ଆବଶ୍ୟକତା ଅଛି ।