ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ ! ୨୮ନମ୍ବର ସ୍ଥାନରେ ଓଡ଼ିଶାର କ୍ରିଷ୍ଣାଶିଷ ଦାସ

21

କନକ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ୨୮ତମ ସ୍ଥାନ ପାଇଛନ୍ତି ଓଡ଼ିଶାର କ୍ରିଷ୍ଣାଶିଷ ଦାସ । ସିବିଏସଇର ୱେବସାଇଟ୍ ସିବିଏସଇଏନଇଇଟି ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେଉଛି । ଯୋଗ୍ୟ ଛାତ୍ରଛାତ୍ରୀ ଏମବିବିଏସ ଓ ବିଡିଏସରେ ନାମ ଲେଖାଇବେ । ଜୁନ୍ ୨୬ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।