ଏନଇଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

23

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଏନଇଇଟି ଅଧ୍ୟାଦେଶକୁ  ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନାଡ୍ଡା । ଏହାପରେ ଆଜି ଅଧ୍ୟାଦେଶରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମେଡିକାଲ ପଢିବାକୁ ଦେଶବ୍ୟାପୀ ଗୋଟିଏ ପ୍ରବେଶିକା ପରୀକ୍ଷା-ଏନଇଇଟି କରିବା ଲାଗି ସୁପ୍ରିମକୋର୍ଟ ମେ ୯ରେ ଦେଇଥିବା ଆଦେଶର କାର୍ଯ୍ୟକାରିତା ଗୋଟିଏ ବର୍ଷ ସ୍ଥଗିତ ରଖିବାକୁ ଅଧ୍ୟାଦେଶ ଆଣିଥିଲେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁର କରିଥିବାବେଳେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଯାଇଥିଲା । ତେବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସୁପ୍ରିମକୋର୍ଟଙ୍କ ରାୟ ଓ ଅଧ୍ୟାଦେଶ ବଳରେ ହେବାକୁ ଥିବା ପରିବର୍ତନ ସଂପର୍କରେ ସବିଶେଷ ତଥ୍ୟ ଜାଣିବାକୁ ଚାହିଁଥିଲେ । କେନ୍ଦ୍ର ସରକାର ଏନେଇ ଜଣାଇବା ପରେ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ।