ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସ୍ଥାନ ପାଇଲାନି ଓଡିଆ ଭାଷା : ପଦାରେ ପଡିଲା ରାଜ୍ୟ ସରକାରଙ୍କ ଡବଲ୍ ରୋଲ

31

କନକ ବ୍ୟୁରୋ : ଡାକ୍ତରୀ ପ୍ରବେଶିକା ପରୀକ୍ଷା- ନିଟରେ ଓଡ଼ିଆ ଭାଷା ସ୍ଥାନ ନ ପାଇବା ଘଟଣାରେ ରାଜ୍ୟ ସରକାରଙ୍କ ଡବଲ୍ ରୋଲ୍ । ଗୋଟିଏ ପଟେ ସରକାରୀ ଦଳର ଛାତ୍ର ଶାଖା ଆଜି ରାଜଧାନୀରେ ବିକ୍ଷୋଭ କରି ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଭାଷା ସ୍ଥାନ ପାଇନଥିବାରୁ ପ୍ରତିବାଦ କରିଛି ।

ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅନ୍ୟପଟେ ଆଉ ଏକ ଚିତ୍ର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗତ ମାସ ୨୮ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଇଂରାଜୀ ଭାଷାରେ ପରୀକ୍ଷା କରିବାକୁ ହଁ ଭରିଥିଲେ ରାଜ୍ୟ ସରକାର । ସେହି ଭିଡିଓ କନଫରେନସିଂର କାର୍ଯ୍ୟସୂଚୀରୁ ଏହା ପଦାକୁ ଆସିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –