ଡାକ୍ତର ହେବାକୁ ବଡ ସୁଯୋଗ! ବର୍ଷକୁ ହେବ ଦୁଇଥର ନିଟ ଏବଂ ଜେଇଇ ପରୀକ୍ଷା, ଆଉ ବାହାର ରାଜ୍ୟକୁ ଯିବେନାହିଁ ଓଡିଶାର ପରୀକ୍ଷାର୍ଥୀ

43

କନକ ବ୍ୟୁରୋ : ମେଡିକାଲ ଓ ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା ବର୍ଷକୁ ଦୁଇ ଥର କରିବା ପାଇଁ ସରକାର ନିଷ୍ପତି ନେବା ପରେ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ନୂଆ ସମ୍ଭାବନା ପାଇଁ ବାଟ ଫିଟାଇଛି । ଅଧିକାଂଶ ଆଶାୟୀ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରି କହିଛନ୍ତି ଏହା ଦ୍ୱାରା ସେମାନେ ଡାକ୍ତର କିମ୍ବା ଇଞ୍ଜିନିୟର ହେବା ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଛି । ମେଡିକାଲ ଓ ଇଂଜିନିୟରିଂ ପାଇଁ ବର୍ଷକୁ ଦୁଇଥର ପରୀକ୍ଷା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶାର ସମ୍ଭାବନା ସୃଷ୍ଟି କରିପାରିଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଚାପ କମ ହେବ । ଏବଂ ଦୁଇଟି ପରୀକ୍ଷା ମଧ୍ୟରୁ ଯେଉଁ ପରୀକ୍ଷାରେ ଅଧିକ ନମ୍ବର ଛାତ୍ରଛାତ୍ରୀ ରଖିଥିବେ ତାହାକୁ ଗ୍ରହଣ କରାଯିବ ।

ଆସନ୍ତୁ ନଜର ପକାଇବା ନିଟ୍ ଓ ଜେଇଇ ରେ କଣ ସବୁ ପରିବର୍ତନ ହୋଇଛି 
• ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ ଜେଇଇ ମେନ୍ ପରୀକ୍ଷା ଆୟୋଜିତ ହେବ
• ଫେବୃଆରୀ ଓ ମେ ମାସରେ ନିଟ୍ ପରୀକ୍ଷା କରିବା ପାଇଁ ନିଷ୍ପତି ହୋଇଛି
• ନିଟ୍ ଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ
• ଜିଲ୍ଲାରେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ହେଲେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ
• ପରୀକ୍ଷାର ତାରିଖ ଓ ସିଟିଂ ପରିକ୍ଷାର୍ଥୀ ନିଜେ ଚୟନ କରିପାରିବେ
• ପରୀକ୍ଷା ଅଫଲାଇନ ପରିବର୍ତେ ହେବ ଅନଲାଇନରେ
• ପ୍ରତି ଦିନ ଓ ପ୍ରତି ପିଲାଙ୍କ ପାଇଁ ପ୍ରଶ୍ନ ପତ୍ର ଅଲଗା ଅଲଗା ରହିବ
• ଦୁଇଟି ପରୀକ୍ଷାର ସର୍ବାଧିକ ରଖିଥିବା ର୍ୟାଙ୍କକୁ ହିସାବକୁ ନିଆଯିବ

ତେବେ ବର୍ଷକୁ ଦୁଇଥର ପରୀକ୍ଷା ଦ୍ୱନ୍ଦ ସୃଷ୍ଟି କରିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ । ଜାନୁଆରୀ ୨୦୧୯ର ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ ଲାଇନ୍ ପଂଜୀକରଣ ଆସନ୍ତା ସେପ୍ଟେମ୍ବର ୧ରୁ ୩୦ ତାରିଖ ଯାଏଁ ଚାଲିବ । ଏହାର ପରୀକ୍ଷାଫଳ ଫେବୃଆରୀ ୨୦୧୯ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ସେହିପରି ମେଡିକାଲରେ ନାମଲେଖା ପାଇଁ ଫେବୃଆରୀ ୨୦୧୯ରେ ହେବାକୁ ନିଟ୍ ପାଇଁ ଆସନ୍ତା ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପଂଜୀକରଣ ହେବ ।