କ୍ୟାନସରର କୋଷକୁ ନଷ୍ଟ କରିବାରେ ନିମ୍ବପତ୍ର ସାଜିବ ରାମବାଣ ଔଷଧ : ଜାଣନ୍ତୁ କେମିତି ?

102

ନିତିଦିନିଆ ଜୀବନରେ ହେଉଥିବା ଛୋଟ ଛୋଟ ରୋଗର ଚିକିତ୍ସା ବ୍ୟତୀତ ଜୀବାଣୁ ଏବଂ କୀଟାଣୁ ଠାରୁ ଲଢ଼ିବାରେ ନିମ୍ବପତ୍ରର ବ୍ୟବହାର କରାଯାଏ । କିନ୍ତୁ ଏବେ ନୂଆ ଗବେଷଣାରୁ ଜଣାପଡିଛି ଯେ ନିମ୍ବ ଏବେ କ୍ୟାନସର ଭଳି ଘାତକ ରୋଗ ପାଇଁ ରାମବାଣ ଔଷଧ ସାବ୍ୟସ୍ତ ହୋଇପାରିବ ।

ବୈଜ୍ଞାନିକମାନେ ମୂଷାଙ୍କ ଉପରେ ଏହାର ସଫଳ ପରୀକ୍ଷଣ କଲାପରେ ଏବେ ଖୁବ୍ ଶୀଘ୍ର ମଣିଷ ଉପରେ ବି ପରୀକ୍ଷା କରିବେ । ନିମ୍ବପତ୍ରରୁ ବାହାରୁଥିବା ଏକ ବିଶେଷ ପ୍ରକାରର ସଂଶୋଧିତ ପ୍ରୋଟିନ ‘ନିମ୍ ଲିଫ୍ ଗ୍ଲାଇକୋପ୍ରୋଟିନ୍’ ଅର୍ଥାତ୍ ଏନଏଲଜିପି ଜରିଆରେ ମୂଷାଙ୍କ ଠାରେ ଟ୍ୟୁମର କୋଷଗୁଡିକର ବୃଦ୍ଧିକୁ ରୋକିବାରେ ସଫଳତା ମିଳିଛି ।

ଏହି ପ୍ରୋଟିନ କ୍ୟାନସର ସହ ସିଧାସଳଖ ଲଢ଼ିବା ବଦଳରେ ଟ୍ୟୁମରରୁ ବାହାରୁଥିବା ବିଷାକ୍ତ ଘାତକ ରାୟାୟନିକ ବିରୁଦ୍ଧରେ ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିଦିଏ । ଅଧ୍ୟୟନରୁ ଜଣାପଡିଲା କି ଏନଏଲପିଜିରେ ଟ୍ୟୁମର କୋଷ ଏବଂ ଟ୍ୟୁମରର ବିକାଶରେ ସହାୟକ କୋଷ ସହିତ ଜଡିତ ଟ୍ୟୁମରର ସୂକ୍ଷ୍ମ ପରିସ୍ଥିତିକୁ ସାମାନ୍ୟ କରିବାର ଶକ୍ତି ଅଛି । ମୂଳ ରୂପରେ ଏନଏଲଜିପିି ଟ୍ୟୁମରର ସୂକ୍ଷ୍ମ ପରିସ୍ଥିତିରେ ଏମିତି ପରିବର୍ତ୍ତନ ଆଣେ, ଯଦ୍ୱାରା ତାହାର ବିକାଶ ବନ୍ଦ ହୋଇଯାଏ । ଏହା ଦ୍ୱାରା କ୍ୟାନସରର କୋଷଗୁଡିକୁ ବଢ଼ିବାରେ ରୋକାଯାଇପାରେ ।