ରେଳମନ୍ତ୍ରୀ ସୁରେଶ ପ୍ରଭୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ! ବକ୍ସି ଜଗବନ୍ଧୁଙ୍କ ନାଁରେ ଏସି ଟ୍ରେନ୍ ଚଳାଇବାକୁ ଲେଖିଲେ

22

କନକ ବ୍ୟୁରୋ : ହମସଫର ଟ୍ରେନ୍ ଭଳି ଓଡିଶାରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ନାଁରେ ନୂଆ ଟ୍ରେନ୍ ପୁରୀ-ଖୋର୍ଦ୍ଧା ରୋଡ ଷ୍ଟେସନରୁ ସମ୍ବଲପୁର ଦେଇ ମୁମ୍ବାଇ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତୀ ଅବସରରେ ବକ୍ସି ଜଗବନ୍ଧୁଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ନୂଆ ଟ୍ରେନ୍ ଦେବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ । ଓଡିଆଙ୍କ ଭାବାବେଗ ପ୍ରତି ଏହା ଉପଯୁକ୍ତ ସମ୍ମାନ ହେବ ବୋଲି ସେ ଚିଠିରେ ଲେଖିଛନ୍ତି ।