ରେଳଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ସବୁବେଳେ ଚେଷ୍ଟାରତ । ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଏବେ ଆଉ ଏକ ଗରୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଇଛି । ରେଳର ରଙ୍ଗ ପରିବର୍ତ୍ତନ କରିବା ପାଇଁ ନିଷ୍ପିତ୍ତି ହୋଇଛି । ଏବେ ପର୍ଯ୍ୟନ୍ତ ଯେଉଁ ଟ୍ରେନ୍ ନୀଳ ରଙ୍ଗରେ ଦେଖାଯାଉଛି, ତାହା ଆଉ କିଛି ଦିନ ପରେ ଗାଢ଼ ହଳଦିଆ ଓ ଧୂଷର ରଙ୍ଗର ହେବ ବୋଲି ସୂଚନା ମିଳିଛି । ଦିଲ୍ଲୀ-ପଠାନକୋଟ୍ ଏକ୍ସପ୍ରେସ୍ ପ୍ରଥମେ ଏହି ରଙ୍ଗରେ ସଜେଇ ହେବ ।

ସୂଚନା ଅନୁସାରେ ଜୁନ ମାସର ଶେଷ ପର୍ଯ୍ୟନ୍ତ ଭାରତୀୟ ରେଳର ରଙ୍ଗ ପୁରା ବଦଳିଯିବ । ଏହି ଯୋଜନା ଅନୁସାରେ ପାଖାପାଖି ୩୦ ହଜାର କୋଚ୍ ନୂଆ ରଙ୍ଗରେ ରଙ୍ଗେଇ ହେବ । କେବଳ ରଙ୍ଗ ନୁହେଁ ଆରାମଦାୟକ ସିଟ୍ ଓ ଭାକ୍ୟୁମ ବାଥରୁମ ପାଇଁ ରେଳବାଇ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ସିଟରେ ମୋବାଇଲ ଚାର୍ଜର ଦେବାର ବ୍ୟବସ୍ଥା ଚଳାଇବା ପାଇଁ ପସ୍ତୁତି ଆରମ୍ଭ ହୋଇଛି । ତେବେ ସୂଚନା ଅନୁସାରେ ମେଲ ଓ ଏକ୍ସପ୍ରେସ୍ ଟ୍ରେନ ଗୁଡ଼ିକ ହିଁ ନୂଆ ରଙ୍ଗରେ ସଜେଇ ହେବେ । ରାଜଧାନୀ, ଶତାବ୍ଦୀ, ଦୁରାନ୍ତା ପରି ଟ୍ରେନରେ ପ୍ରଥମେ ନୂଆ ରଙ୍ଗରେ ଚାଲିବ । ଜଣେ ବରିଷ୍ଠ ରେଳବାଇ ଅଧିକାରୀଙ୍କ ଅନୁସାରେ ରେଳମନ୍ତ୍ରୀଙ୍କ ମଞ୍ଜୁରୀ ମିଳିବା ପରେ ଏବେ କୋଚ ଗୁଡ଼ିକର ରଙ୍ଗ ପରିବର୍ତ୍ତନ ପାଇଁ କାମ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ ପ୍ରାୟ ୨ ଦଶକ ପରେ ଭାରତୀୟ ରେଳର ରଙ୍ଗ ବଦଳୁଛି ।

ସୂଚନାଯୋଗ୍ୟ ୨୦୧୮ ସୁଦ୍ଧା ସମସ୍ତ ଟ୍ରେନରେ ବାୟୋଟୟଲେଟ ଲଗାଯିବ ବୋଲି ରେଳ ମନ୍ତ୍ରାଳୟ ତରଫରୁ ନିଷ୍ପତ୍ତି ନିଆଯାଇଛି । ଶୌଚାଳୟକୁ ଠିକ୍‌ ଭାବେ ସଫା କରାଯାଉ ନ ଥିବାରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକମାନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ପୁର୍ବରୁ ଶଚାଳୟର ସବୁ ଆବର୍ଜନା ରେଲେଓ୍ଵ ଟ୍ରାକ୍‌କୁ ଯାଉଥିଲା । ଯାହା ଫଳରେ ରେଲେଓ୍ଵ ଟ୍ରାକ୍‌ ଗୁଡ଼ିକ ଅପରିଷ୍କାର ହେବା ସହ ଶୌଚାଳୟ ମଧ୍ୟ ଠିକ୍‌ ସେ ସଫା କରାଯାଉ ନଥିଲା । ଏହି ସବୁ ସମସ୍ୟାର ସମାଧାନ ପାଇଁ ରେଳବାଇ ଟ୍ରେନରେ ବାୟା ଟୟଲେଟ୍‌ ବ୍ୟବହାର ଆରମ୍ଭ କରିଥିଲା । ଏହା ହେବା ପରେ ଏହି ସମସ୍ୟାର ସମାଧାନ କିଛିଟା ହୋଇପାରିଛି ।

ବାୟୋ ଟଏଲେଟ୍‌କୁ ଟ୍ରେନ୍‌ର ବଗି ତଲେ ଲଗାଇ ଦିଆଯିବା ସହିତ ଆନେରୋବିକ୍‌ ନାମକ ବ୍ୟାକ୍ଟେରିଆ ସେଥିରେ ଛାଡ଼ି ଦିଆଯାଏ । ଏହି ବ୍ୟାକ୍ଟେରିଆ ମଣିଷର ମଳକୁ ମିଥେନ୍‌ ଏବଂ ଜଳକୁ ରୂପାନ୍ତର କରିବା ପରେ ଏହାକୁ ବାହାରକୁ ଛାଡ଼ିଦିଆ ଯାଏ । ଯାହା ଫଳରେ କି ରେଲେଓ୍ଵ ଟ୍ରାକ୍‌ ସଫା ରହିବା ସହିତ ଦୁର୍ଗନ୍ଧ ମଧ୍ୟ ହୋଇ ନ ଥାଏ । ଟ୍ରେନ୍‌ରେ ଥିବା ଶୌଚାଳୟକୁ ପରିଷ୍କାର ରଖିବା ପାଇଁ ପ୍ରଥମେ ଓଡ଼ିଏଫ୍‌ କ୍ୟାମ୍ପେନ୍‌ ଦ୍ୱାରା ବାୟୋ ଟଏଲେଟ୍‌ ଯୋଜନା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୯୦୦ଟି ଟ୍ରେନ୍‌ରେ ପ୍ରାୟ ସବୁ ବଗିରେ ବା କିଛି ବଗିରେ ବାୟୋ ଟଏଲେଟ୍‌ ଖଞ୍ଜା ଯାଇଛି । ଡ଼ିସେମ୍ବର ୨୦୧୮ ସୁଦ୍ଧା ଏହି ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ରେଳମନ୍ତ୍ରୀ ଆଶା ରଖିଛନ୍ତି ।