ସେଲଫି ନିଶାରେ କ୍ୟାପଟେନ କୋହଲିଙ୍କ କାନ ଛିଡ଼ାଇ ଦେଲେ ଫ୍ୟାନ!

44

ଭାରତରେ କ୍ରିକେଟକୁ ନେଇ ପ୍ରଂଶସକଙ୍କ ଭିତରେ ଅନେକ ପାଗଳାମୀ ଦେଖିବାକୁ ମିଳେ । ଏପରିକି ନିଜ ପ୍ରିୟ କ୍ରିକେଟରଙ୍କୁ ପାଖରେ ପାଇଲେ ଫ୍ୟାନ୍ସ ମାନେ ଫଟୋ ଉଠାଇବାକୁ ଆଦୌ ଭୁଲନ୍ତି ନାହିଁ । କିନ୍ତୁ ଫ୍ୟାନ୍ସ ମାନଙ୍କ ସେଲଫି ନେବାର ଅଜବ ନିଶା ଏବେ ବିରାଟ କୋହଲିଙ୍କୁ ଭାରି ପଡ଼ିଛି । ସେଲଫି ନିଶାରେ ଫ୍ୟାନ୍ସ ମାନେ ବିରାଟଙ୍କ କାନ ଛିଡ଼ାଇ ଦେଇଛନ୍ତି । ଘଟଣା ଅନୁଯାୟୀ, ରାଜଧାନୀ ଦିଲ୍ଳୀରେ ମାଡ଼ାମ ତୁଷାଦ ମ୍ୟୁଜିୟମରେ ଶୋଭା ପାଉଥିବା କୋହଲିଙ୍କ ମହମ ପ୍ରତିମୂର୍ତ୍ତି ର ଡାହାଣ ପଟ କାନ ପ୍ରଂଶସକ ମାନେ ଫଟୋ ଉଠାଇବା ବେଳେ ଭାଙ୍ଗି ଦେଇଛନ୍ତି ।

ଗତ ବୁଧବାର ମାଡ଼ାମ ତୁଷାଦ ମ୍ୟୁଜିୟମରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା । ଆଉ ଏହାପରେ ନିଜ ପ୍ରିୟ ଖେଳାଳିଙ୍କ ସହ ସେଲଫି ନେବାକୁ ଆରମ୍ଭ ହୋଇ ଯାଇଥିଲା ପ୍ରିତଯୋଗିତା । ଫ୍ୟାନ୍ସଙ୍କ ମଧ୍ୟରେ ସେଲଫି ନେବାର ନିଶା ଏତେ ଚଢ଼ି ଯାଇଥିଲା ଯେ, ଭିଡ଼ ମଧ୍ୟରେ କେହି ଜଣେ ବିରାଟଙ୍କ ମୂର୍ତ୍ତିର ଡାହାଣ ପଟ କାନ ଭାଙ୍ଗି ଦେଇଥିଲେ ।

କୋହଲିଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ୬ ମାସ ସମୟ ଲାଗିଥିଲା । ଯାହାକୁ ୨୦ ଜଣ ଶିଲ୍ପୀ ତିଆରି କରିଥିଲେ । କିନ୍ତୁ ପ୍ରତିମୂର୍ତ୍ତି ଅନାବରଣର ଗୋଟିଏ ଦିନ ମଧ୍ୟରେ ହିଁ ଏହାକୁ ଭାଙ୍ଗି ଦେଇଥିଲେ । ସାଧାରଣତଃ ସଂଗ୍ରାହଳୟରେ ରଖାଯାଇଥିବା ମୂର୍ତ୍ତିକୁ ଦୂରରୁ ଦେଖିବା ପାଇଁ ଅନୁମତି ମିଳିଥାଏ । କିନ୍ତୁ ମାଡ଼ାମ ତୁଷାଦ ମ୍ୟୁଜିୟମରେ ନିଜ ପ୍ରିୟ ସେଲିବ୍ରିଟିଙ୍କ ସହ ଫଟୋ ଉଠାଇ ପାରିବାର ସୁବିଧା ରହିଛି ।