ମହା ମୂକାବିଲାରେ ଶକ୍ତ ମୂଳଦୁଆ ! ବର୍ଷା ଛିଟାରେ କମିନି କ୍ରିକେଟର କ୍ରେଜ୍

36

କନକ ବ୍ୟୁରୋ : ବର୍ଷା ଛିଟାରେ କମିନି କ୍ରିକେଟର କ୍ରେଜ୍ । ଦୁଇ ଦୁଇ ଥର ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲେ ସୁଦ୍ଧା ଜାରି ରହିଛି ଖେଳ । ବର୍ଷା ଯୋଗୁଁ ମ୍ୟାଚକୁ ୪୮ ଓଭରରେ ସୀମିତ ରଖାଯାଇଛି । ତେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଚକମା ଦେବା ପାଇଁ ଟିମ୍ ଇଣ୍ଡିଆର ପଡ଼ି ସାରିଛି ମୂଳଦୂଆ । ଦୁଇ ଓପନର ଶିଖର ଧୱନ୍ ଓ ରୋହିତ ଶର୍ମା ଜବରଦସ୍ତ ଆରମ୍ଭ କରି ଏକ ଲମ୍ବା ଇନିଂସ୍ ପାଇଁ ରାସ୍ତା ଖୋଲି ଦେଇଛନ୍ତି ।

ପ୍ରଥମ ୱିକେଟ୍ ଯୋଡ଼ିରେ ୧୩୬ ରନ୍ ଯୋଡ଼ିଛନ୍ତି ଧୱନ ଏବଂ ରୋହିତ ଶର୍ମା । ଗତ ଆଠ ବର୍ଷରେ ପାକିସ୍ତାନ ବିପକ୍ଷରେ ଏହା ହେଉଛି ଭାରତୀୟ ଦଳର ଏକ ଶ୍ରେଷ୍ଠ ଓପନିଂ ପାର୍ଟନରସିପ୍ । ଯାହା ପ୍ରମାଣ କରୁଛି-ଭାରତୀୟ ଦଳର ମନୋବଳ । ୮୬ ରନ୍ କରି ଧୱନ୍ ଆଉଟ୍ ଏବଂ ରୋହିତ ଶର୍ମା ହେବା ପରେ ଏବେ ଟିମର ମଙ୍ଗ ଧରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି ଏବଂ ୟୁବରାଜ୍ ସିଂହ । ଖେଳର ପ୍ରଥମ ୨୫ ଓଭରରେ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୩୬ ରନ୍ ଟପି ଯାଇଥିଲା ଭାରତ ।

ଯାହା ଭାରତୀୟ ଦଳ ପାଇଁ ଏକ ବଡ ସ୍କୋର କରିବା ପାଇଁ ସହାୟକ ହେବାର ବେଶ ସଂଭାବନା ରହିଛି । କାହିଁକି ନା’ କ୍ୟାପଟେନ୍ ବିରାଟଙ୍କ ଓ ୟୁବରାଜ ସିଂହ ପରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି । ଏକ ଭଲ ଓପନିଂ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ପାଖରେ ରହିଛି ଲମ୍ବା ବ୍ୟାଟିଂ ଲାଇନ୍ । ଯାହା ଦଳକୁ ଏକ ବଡ ସ୍କୋର ଅଭିମୁଖେ ପହଂଚାଇ ପାରିବ ।