ଆନ୍ଧ୍ର କୁର୍ଣ୍ଣୁଲ ପଥର ଖାଦାନରେ ବିସ୍ଫୋରଣ ଘଟଣା: ଗଞ୍ଜାମର ୪ ଶ୍ରମିକ ଗୁରୁତର, ଜଣକର ଅବସ୍ଥା ସଙ୍କଟାପର୍ଣ୍ଣ

5

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ୧୨ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏଥିରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ମନୋରଞ୍ଜନ ନାହାକ ଓ ଦୂର୍ଯ୍ୟୋଧନ ନାହାକ । ଏମାନେ ସମସ୍ତେ ରମ୍ଭାଥାନା ଅନ୍ତର୍ଗତ ବି.ଟି ନୂଆଗାଁର ବୋଲି ଜଣାଯାଇଛି ।

ତେବେ ବିସ୍ଫୋରଣ ସମୟରେ ଅଧିକାଂଶ ଶ୍ରମିକ ଓଡିଶାର ଥିବା ହେତୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗୁରୁତର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଣ୍ଡବ, ରାଜେନ୍ଦ୍ର, ରାମଚନ୍ଦ୍ର ଓ ଭୀମ ନାହାକ ଅଛନ୍ତି । ପାଣ୍ଡବଙ୍କ ଉଭୟ ହାତ, ଗୋଡ ଓ ଛାତିରେ ଗଭୀର ଆଘାତ ଲାଗିଛି ଓ ଶରୀର ୫୦ ପ୍ରତିଶତ ପୋଡିଯାଇଛି ।

ରାମଚନ୍ଦ୍ରଙ୍କ ବାମ ହାତ ଗୋଡରେ ଆଘାତ ଲାଗିଥିବାବେଳେ ରାଜେନ୍ଦ୍ରଙ୍କ ଶରୀର ୯୦ ପ୍ରତିଶତ ପୋଡିଯାଇଛି ଓ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଶୁକ୍ରବାର ରାତିରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଶଦ୍ଧ ଆଖାପାଖ ୩୦ କିଲୋମିଟର ଶୁଣାଯାଇଥିଲା । ଦୁର୍ଘଟଣା ସମୟରେ ସେଠାରେ ପ୍ରାୟ ୩୦ ଜଣ ଶ୍ରମିକ ଥିଲେ ।

Comments are closed.