ଚଳିତ ନିର୍ବାଚନରେ ବହୁମତ ଠାରୁ ପଛରେ ରହିଯିବ ଏନଡ଼ିଏ, ହେଲେ ବି ଗଢ଼ିବ ସରକାର : ସର୍ଭେ

251

କନକ ବ୍ୟୁରୋ : ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହୋଇଉଠିଛି ରାଜନୈତିକ ପାଣିପାଗ । ଚଳଚଂଚଳ ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନରେ ବାଜିମାତ କରିବାକୁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ଏବେ ପର୍ଯ୍ୟନ୍ତ ସାମନାକୁ ଆସିଥିବା ସର୍ଭେ ଅନୁସାରେ ଚଳିତ ଥର ନିର୍ବାଚନରେ କୌଣସି ବି ଦଳକୁ ବହୁମତ ମିଳିପାରିବ ନାହିଁ । ଅର୍ଥାତ ଚଳିତ ସାଧାରଣ ନିର୍ବାଚନରେ ବହୁମତରେ ଜିତିପାରିବେନି କୌଣସି ଦଳ । ଆଉ ଏକ ସର୍ଭେ ଅନୁସାରେ ଏନଡିଏ ଲୋକସଭା ନିର୍ବାଚନରେ ବହୁମତ ଠାରୁ କିଛି ପାଦ ଦୂରରେ ରହିବ । ହେଲେ ମେଂଟ ଯୋଗୁଁ ଖୁବ ସହଜରେ ପୁଣି ଥରେ ସତ୍ତାକୁ ଆସିବ ଏନଡ଼ିଏ ।

ସର୍ଭେ ଅନୁସାରେ ଏନଡିଏକ ୨୬୪ ସିଟ୍ ମିଳିପାରେ । ଅନ୍ୟପଟେ ୟୁପିଏକୁ ୧୪୧ ଆସନ ମିଳିବାର ସମ୍ଭବନା ରହିଛି । ଏହାବ୍ୟତୀତ ଅନ୍ୟ ଦଳକୁ ୧୩୮ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପେଟେ ଉତ୍ତର ପ୍ରଦେଶରେ ଯଦି ମହାମେଣ୍ଟ ନହୁଏ, ତେବେ ଏନଡିଏକୁ ୩୦୭ ସିଟ୍ ମିଳିବା ସହ ୟୁପିଏକୁ ୧୩୯ରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଏବଂ ଅନ୍ୟ ଦଳକୁ ୯୭ ଆସନ ମିଳିବ ।

ଆଇଏନଏନଏସ ପାଇଁ ସି ଭୋଟର ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ୟୁପିରେ ବିଜୟ ଆଧାରରେ ଆଗାମୀ ଲୋକସଭାର ରୂପରେଖ ନିର୍ଦ୍ଧାରିତ ହେବ । ଏହି ସର୍ଭେ ଅନୁସାରେ ଉତ୍ତରପ୍ରଦେଶରେ ମହାମେଣ୍ଟ ନହେଲେ,ଏନଡ଼ିଏ ଲାଭବାନ ହେବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡ଼ିଏ ୩୦୦ରୁ ଅଧିକ ସିଟରେ ବିଜୟ ହାସଲ କରିବ ।

ପୁଲୱାମା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ମାଟିରେ ପଶି ଭାରତୀୟ ବାୟୁସେନା କରିଥିଲା ଏୟାରଷ୍ଟ୍ରାଇକ୍ । ଏବେ ପୁରା ଦେଶରେ ରାଷ୍ଟ୍ରବାଦ ଲେହେରେ ଜାରି ରହିଛି । ଏହି ଲେହେର ଜରିଆରେ ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନରେ ବିରୋଧୀ ଦଳକୁ ମାତ ଦେବାରେ ସମ୍ଭାବନା ଅଧିକ । ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ନରେନ୍ଦ୍ର ମୋଦି ।

ସର୍ଭେ ଅନୁସାରେ ବିଜେପି କଥା କହିଲେ, ଚଳିତ ନିର୍ବାଚନରେ ୨୨୦ ସିଟ ଓ ମେଂଟ ସହଯୋଗୀଙ୍କୁ ୪୪ ସିଟ୍ ମିଳିପାରେ । ନିର୍ବାଚନ ପରେ ଯଦି ଏନଡ଼ିଏ ମିଜୋ ନ୍ୟାସନାଲ ଫ୍ରଂଟ(ଏମଏନଏଫ), ଟିଆରସ୍ ଓ ବିଜେଡ଼ି ସହ ମେଂଟ ପରେ, ତେବେ ସିଟ୍ ସଂଖ୍ୟା ୩୦୧ ହୋଇଯିବ । ଅନ୍ୟପଟେ କଂଗ୍ରେସକୁ ୮୬ରେ ସିଟରେ ବିଜୟର ସମ୍ଭାବନା ରହିଛି । ଏବଂ କଂଗ୍ରେସର ସହଯୋଗୀ ଦଳକୁ ୫୫ ସିଟ୍ ମିଳିପାରେ । ନିର୍ବାଚନ ପରେ ଉପା ମେଂଟ କଲେ ଏଥିରେ ଏଲଡ଼ିଏଫ୍, ଏଆଇୟୁଡ଼ିଏଫ୍, ଟିମସି ସାମିଲ ହେବେ । ଏବଂ ମୋଟ୍ ସିଟ୍ ୨୨୬ରେ ପହଞ୍ଚିପାରେ ।

ସର୍ଭେ ଅନୁସାରେ ୟୁପିରେ ମହାମେଂଟ ହେଲେ ବିଜେପିକୁ ୭୧ରୁ ମାତ୍ର ୨୯ ସିଟ୍ ମିଳିପାରେ । ମେଂଟ ନହେଲେ ବିଜେପି ୨୦୧୪ ପରି ସଫଳତାର ପୁନରାବୃତ୍ତି କରିବ ଏବଂ ୭୨ ସିଟ କବଜା କରିପାରିବେ । ବିଜେପିକୁ ବିହାରରେ ସବୁଠାରୁ ଅଧିକ ୩୬ ସିଟ୍ ମିଳିପାରେ । ଗତ ଲୋକସଭା ନିର୍ବାଚନରେ ବିଜେପି ବିହାରରେ ୨୨ ସିଟରେ ହାସଲ କରିଥିଲା । ଚଳିତ ଥର ଗୁଜରାଟରେ ବିଜେପିର ସିଟ୍ ସଂଖ୍ୟା କମ ହୋଇପାରେ । ଚଳିତ ଥର ମୋଦିଙ୍କ ଗୃହରାଜ୍ୟରେ ମାତ୍ର ୨୪ଟି ସିଟ୍ ମିଳବାର ସମ୍ଭାବନା ରହିଛି । ଗତଥର ଗୁଜରାଟରେ ବିଜେପି ୨୬ ସିଟରେ ବିଜୟ ହାସଲ କରିଥିଲା । ଏହାବ୍ୟତୀତ କର୍ଣ୍ଣାଟକରେ ବିଜେପିକୁ ଗୋଟିଏ ସିଟ୍ କମି ୧୬ ସିଟରେ ବିଜୟ ହାସଲ କରିବ ବୋଲି କୁହାଯାଉଛି ।

ସେହିପରି ମଧ୍ୟପ୍ରଦେଶର ଗତ ନିର୍ବାଚନ ତୁଳନାରେ ୨ଟି ସିଟ୍ କମି ୨୪ ସିଟ୍ ମଳିପାରେ । ରାଜସ୍ଥାନରେ ବିଜେପିକୁ ୨୦ଟି ସିଟ୍ ମିଳିବାର ସମ୍ଭାବନା ରହିଛି । ମହରାଷ୍ଟ୍ରରେ ୩୬, ଓଡ଼ିଶାରେ ୧୨ ସିଟ ମିଳିବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ ଚଳିତ ଥର ନିର୍ବାଚନରେ କଂଗ୍ରେସକୁ ଅଧିକ ସିଟ୍ ମିଳିବ ବୋଲି କୁହାଯାଉଛି । କଂଗ୍ରେସ ୨୦୧୪ରେ ୪୪ ଆସନ ତୁଳନାରେ ଭଲ ପ୍ରଦର୍ଶନ କରିବ ।