ରାଇସିନା ରେସ୍ ! ପ୍ରଧାନମନ୍ତ୍ରୀ ଓ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାମନାଥ କୋବିନ୍ଦଙ୍କ ନାମାଙ୍କନ ଦାଖଲ

28

କନକ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଉପସ୍ଥିତିରେ ୪ ସେଟ୍ ବିଶିଷ୍ଟ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନାଥଙ୍କ ପ୍ରଥମ ପ୍ରସ୍ତାବ ଥିବା ବେଳେ ସେହି ସମୟରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ତେବେ ବିଜେପି ସହ ଏନଡିଏର ସମସ୍ତ ଦଳ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରୁଛନ୍ତି । ଅଣ-ଏନଡିଏ ଦଳ ମଧ୍ୟରେ ଏଆଇଡିଏମକେ, ବିଜେଡି, ଟିଆରଏସ ଓ ଜେଡିୟୁ ତାଙ୍କୁ ସମର୍ଥନ କରିଛନ୍ତି । ସଂସଦ ଭବନରେ ରାମନାଥଙ୍କ ନାମାଙ୍କନରେ ସାମିଲ ହୋଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ରାମନାଥଙ୍କୁ ସମର୍ଥନ ଜଣାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଲ୍ଲୀ ପଠାଇଛନ୍ତି । ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୪୮. ୬ ପ୍ରତିଶତ ଭୋଟ୍ ରହିଛି ।