କନକ ବ୍ୟୁରୋ : ଦିଲ୍ଲୀ ଏନସିଆର୍ ସମେତ ଭାରତର ଅନେକ ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ୧୨ରୁ ଅଧିକ ଥର ମୃଦୁ ଭୂମିକମ୍ପ ହୋଇସାରିଛି । ରବିବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା । ଏବଂ ବୁଧବାର ଦିନ ଜମ୍ମୁ-କଶ୍ମୀର ଓ ହରିୟାଣାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲ । ଏହାବ୍ୟତୀତ ବିହାର, ପଶ୍ଚିମବଙ୍ଗ ସମେତ ଉତ୍ତର ପୂର୍ବର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭବ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ବିଗତ ଏକ ସପ୍ତାହ ମଧ୍ୟରେ ଲଗାତାର ଭୂମିକମ୍ପ ଝଟକା ବହୁତ ବଡ଼ ସଙ୍କେତ ଦେଉଛି । ବିଶେଷଜ୍ଞଙ୍କ ଅନୁସାରେ ଦିଲ୍ଲୀ ସିସ୍ମିକ ୪ ଜୋନରେ ଅନ୍ତର୍ଗତ । ୬ରୁ ଅଧିକ ତୀବ୍ରତାଯୁକ୍ତ ଭୂମିକମ୍ପ ଭୟଙ୍କର ହେବା ସହ ଧନଜୀବନ ନଷ୍ଟ କରିବ ।

image courtesy – NT News

ସୂଚନା ଅନୁସାରେ ଭାରତରେ ଦିଲ୍ଲୀ ସମେତ ଦେଶର ୨୯ଟି ସହରରେ ଭୟଙ୍କର ଭୂମିକମ୍ପ ହେବାର ଆଶାଙ୍କା ରହିଛି । ଏଥିରୁ ଅଧିକରୁ ଅଧିକ ସହର ହିମାଳୟ ଜୋନ ଅନ୍ତର୍ଗତ । ଦିଲ୍ଲୀ, ପାଟଣା, ଶ୍ରୀନଗର, କୋମହିମା, ପୁଡ଼ୁଚୋରୀ, ଗୁଆହାଟି, ଗ୍ୟାଙ୍ଗଟକ୍, ଶିମଲା, ଡେରାଡୁନ୍, ଇମ୍ପାଲ ଓ ଚଣ୍ଡୀଗଡ଼ ଆଦିରେ ରହିଛି ଭୂମିକମ୍ପ ଭୟ । ଏହା ବ୍ୟତୀତ କେରଳ, ଗୋଆ, ଲାକ୍ଷାଦ୍ୱୀପ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଝାରଖଣ୍ଡ, ମହରାଷ୍ଟ୍ର୍ର , ଚତିଶଗଡ଼, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାନଖ ଆଦି ସହର ଗୁଡ଼ିକରେ ମଧ୍ୟ ରହିଛି ଭୂମିକମ୍ପ ଭୟ ।

କେତେବେଳେ ଭୂମିକମ୍ପ ଆଶଙ୍କା ଅଧିକ ଥାଏ ?

ରିପୋର୍ଟ ଅନୁସାରେ ଯେଉଁ ସମୟରେ ପୃଥିବୀ ଘୂର୍ଣ୍ଣନ କରୁଥାଏ ସେତେବେଳେ ହିଁ ଭୂମିକମ୍ପର ଆଶଙ୍କା ଅଧିକ ଥାଏ । ସେହି ସମୟରେ ଟେକ୍ଟୋନିକ ପ୍ଲେଟ୍ ମଧ୍ୟ ଘୁରୁଥାଏ, ଯାହା ବଡ଼଼ ବିପଦ ସୃ୍ଷ୍ଟି କରିପାରେ । ଯଦି ରିପୋର୍ଟର ତଥ୍ୟ ସତ ହୁଏ, ତେବେ ୭ ରୁ ୯.୦ ପର୍ଯ୍ୟନ୍ତ ତୀବ୍ର ଭୂମିକମ୍ପ ପରେ ହାଲୁକା ଝଟକାର ମଧ୍ୟ ଆଶଙ୍କା ବଢ଼ିପାରେ । ଏହାର ଅର୍ଥ ହେଲା ଚଳିତ ବର୍ଷରେ ମୃଦୁ ଭୂମିକମ୍ପର ମଧ୍ୟ ସମ୍ଭାବନା ରହିଛି । ତେବେ ରିପୋର୍ଟରେ କୁହାଯାଇଛି ତୀବ୍ର ଭୂମିକମ୍ପ ପଶ୍ଚିମ ଆମେରିକା, ସଦର୍ନ ୟୁରୋପ, ଦକ୍ଷିଣ ଆମେରିକା ସମେତ ଅନ୍ୟ ଅଚଂଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । କେବଳ ଭୂମିକମ୍ପ ନୁହେଁ ଆଗ୍ନେୟ ଉଦଗୀରଣ ମଧ୍ୟ ଚଳିତ ବର୍ଷ ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି । ତେବେ ରିପୋର୍ଟ ଏନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ତେବେ ଭୂମିକମ୍ପ ବିଷୟରେ ସଠିକ୍ ଅନୁମାନ ଲଗାଇବା ଏତେ ସଜହ ନୁହେଁ । ବୈଜ୍ଞାନିକମାନେ କେବଳ ଭୂମିକମ୍ପ ବିଷୟରେ ପୂର୍ବାନୁମାନ କରିଛନ୍ତି ।

କାହିଁକି ହୁଏ ଭୂମିକମ୍ପ ?
ପୃଥିବୀ ୪ଟି ସ୍ତରରେ ତିଆରି ହୋଇଛି । ଇନର କୋର,ଆଉଟର କୋର,ମେଂଟଲ ଓ କ୍ରଷ୍ଟ ଆଦି ୪ଟି ସ୍ତର । କ୍ରଷ୍ଟ ଏବଂ ଉପରୀ ମେଂଟଲକୁ ଲିଥୋସ୍ପିୟର କୁହାଯାଏ । ଏହି ସ୍ତର ୫୦ କିଲୋମିଟରର ଏକ ମୋଟା ପରସ୍ତ ଥାଏ । ଏହି ମୋଟା ପରସ୍ତକୁ ବିଭାଗୀକରଣ କରାଯାଇଛି । ଯାହାକୁ ଟେକ୍ଟୋନିକଲ ପ୍ଲେଟ୍ କୁହାଯାଏ । ଯେତେବେଳେ ଟେକ୍ଟୋନିକଲ ପ୍ଲେଟରେ ହଲଚଲ ସୃଷ୍ଟି ହେଲେ ସେତେବେଳେ ଆସେ ଭୂମିକମ୍ପ । କେବଳ ଏତିକି ନୁହେଁ ବରଂ ଉଲକାର ପ୍ରଭାବ,ଆଗ୍ନେୟ ଉଦଗୀରଣ,ମାଇନ ପରୀକ୍ଷଣ ଏବଂ ନ୍ୟୁକ୍ଲିୟର ପରୀକ୍ଷଣ ଦ୍ୱାରା ମଧ୍ୟ ଭୟଙ୍କର ଭୂମିକମ୍ପ ଆସିଥାଏ ।

କିପରି ମପାହୁଏ ଭୂମିକମ୍ପର ତୀବ୍ରତା ?
ଭୂମିକମ୍ପର ତୀବ୍ରତା ଏବଂ ଏହାର ଅବଧୀ ବିଷୟରେ ଜାଣିବା ପାଇଁ ସିସ୍ମୋଗ୍ରାଫର ବ୍ୟବହାର କରାଯାଏ । ଏହି ଯନ୍ତ୍ର ମାଧ୍ୟମରେ ପୃଥିବୀରେ ହେବାକୁ ଥିବା ହଲଚଲର ଗ୍ରାଫ ପ୍ରସ୍ତୁତ କରାଯାଏ । ଏହାକୁ ଆଧାର କରି ରିକ୍ଟର ଜରିଆରେ ଭୂକମ୍ପର ତରଙ୍ଗର ତୀବ୍ରତା, କେନ୍ଦ୍ର ଏବଂ ଏଥିରେ ବାହାରୁଥିବା ଶକ୍ତି ବିଷୟରେ ସୂଚନା ସଂଗ୍ରହ କରାଯାଏ । ସିସ୍ମୋଗ୍ରାଫର ଏଭଳି ଏକ ଭାଗ ରହିଛି ଯାହା ଭୂକମ୍ପ ଆସିଲେ ମଧ୍ୟ ହଲେନାହିଁ । କିନ୍ତୁ ଅନ୍ୟ ଭାଗ ସବୁ ହଲିଥାଏ । ଯେଉଁ ଭାଗ ହଲି ନଥାଏ ତାହା ଭୁକମ୍ପର ତୀବ୍ରତାକୁ ରେକର୍ଡ଼ କରିଥାଏ । ଏହାକୁ ଆଧାର କରି ସିସ୍ମୋଗ୍ରାଫ ତିଆରି ହୋଇଥାଏ । ଯାହା ଭୂକମ୍ପର ସଠିକ ସୂଚନା ଦେବାରେ ସାହାଯ୍ୟ କରିଥାଏ । ଭୂମିକମ୍ପ ମାପୁଥିବା ରିକ୍ଟର ସ୍କେଲକୁ ଆମେରିକାର ଜଣେ ବୈଜ୍ଞାନିକ ଚାର୍ଲସ ରିକ୍ଟର ୧୯୩୫ରେ ତିଆରି କରିଥିଲେ ।