ନେତା ଦେଲେ ଜନତାଙ୍କୁ ଅଫର । ‘ଖାଲ’ ସହ ସେଲଫି ନେଇ ପଠାଇଲେ ମିଳିବ ୧୦୦ ଟଙ୍କା

31

ମହାରାଷ୍ଟ୍ରରେ ଏନସିପିର ପିମ୍ପରି ଚିନଚଓ୍ଵାଡରେ ମଙ୍ଗଳବାର ଘୋଷଣା କରିଥିଲେ କି ଯେଉଁ ଲୋକମାନେ ଖାଲ ସହିତ ସେଲଫି ଉଠାଇ ପଠାଇବେ ପାର୍ଟି ତରଫରୁ ସେମାନଙ୍କୁ ୧୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ। ଏହି ଘୋଷଣାର ଗୋଟିଏ ଦିନ ଭିତରେ ପୂରା ଅଞ୍ଚଳରୁ ପାଖାପାଖି ୧୦୦୦ରୁ ଅଧିକ ଖାଲ ସହିତ ସେଲଫି ନେଇ ଲୋକମାନେ ପଠାଇଥିଲେ।

ପିମ୍ପରି-ଚିନଚଓ୍ଵାଡ୍ ନଗର ନିଗମ (ପିସିଏମସି)ର ବିପକ୍ଷ ନେତା ଦତ୍ତା ସାନେ କହିଛନ୍ତି, ବୁଧବାର ତାଙ୍କ ପାଖକୁ ଖାଲ ସହିତ ସେଲଫି ନେଇଥିବା ପାଖାପାଖି ୧୦୦୦ରୁ ଅଧିକ ଫଟୋ ଆସିଥିଲା। ତିନିଜଣ ଅନ୍ୟ ଏନସିପି ସଦସ୍ୟଙ୍କୁ ବି ଏଭଳି ସେଲଫି ମିଳିଛି। ତେବେ ଦାବି ଅନୁଯାୟୀ ସେଲଫି ପଠାଇଥିବା ଲୋକମାନଙ୍କୁ ୧୦୦ଟଙ୍କା ଲେଖାଏଁ ପଠାଯିବ।

ସାନେ କହିଥିଲେ କି ଏନସିପି ପିସିଏମସି ପ୍ରାଶସନଙ୍କ ଦାବି ପରେ ଏହି ଅଭିଯାନ ଆରମ୍ଭ କରିଥିଲା। କାରଣ ପିସିଏମସି ପ୍ରାଶସନ କହିଥିଲା କି ସହରରେ କେବଳ ୬୦୦ଟି ଗାଢ଼ା ଭରିବା ପାଇଁ ବାକି ରହିଛି। ତେବେ ଏହାକୁ ନେଇ ଏନସିପି ଦାବି କରି କହିଛି କି ପିମ୍ପରି-ଚିନଚଓ୍ଵାଡରେ ଏକଲକ୍ଷରୁ ଅଧିକ ଗାଢ଼ା ରହିଛି, ଯାହାକୁ ଆମେ ପ୍ରମାଣ ବି କରିଦେବୁ। କହିବାକୁ ଗଲେ ନିଗଡ଼ି ଓ ପାଖାଆଖ ଅଞ୍ଚଳରେ ଏପରି ୧,୦୦୦ରୁ ଅଧିକ ଗାଢ଼ା ଦେଖିବାକୁ ମିଳୁଛି। ତେବେ ପିସିଏମସି ପ୍ରାଶାସନ କାହିଁକି ଖାଲକୁ ନେଇ ମିଛ କଥା କହୁଛନ୍ତି ତାହାର କାରଣ ବୁଝି ହେଉନାହିଁ ବୋଲି ନେତା ଦତ୍ତା ସାନେ କହିଛନ୍ତି।