ସବୁ କଳ୍ପନାଜଳ୍ପନାର ଅନ୍ତ ! ଲୋକସଭା ନିର୍ବାଚନ ଲଢ଼ିବେନି ଏନସିପି ସୁପ୍ରିମୋ ଶରଦ ପାୱାର

116

କନକ ବ୍ୟୁରୋ : ଆଗମୀ ନିର୍ବାଚନ ଲଢ଼ିବା ସମ୍ଭାବନାକୁ ବିରାମ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେନି ଶରଦ ପାୱାର । ଏକଥା ସ୍ପଷ୍ଟ କରିଛନ୍ତି ନିଜେ ଶରଦ ପାୱାର । ଏଥର ମଧ୍ୟ ଶରଦ ପାୱାର ମାଢ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଥିଲା । ପୂର୍ବରୁ ତଥା ଫେବୃୟାରୀ ୨୦୧୯ରେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ପାୱାର । ମହାରାଷ୍ଟ୍ରରେ ଏନସିପର ପ୍ରଭାବ ବେଶ୍ ଭଲ । ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଶରଦ ପାୱାର ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଳାଇଛନ୍ତି ।

ସବୁ କଳ୍ପନାଜଳ୍ପନାର ଅନ୍ତ କରିଛନ୍ତି ଶରଦ ପାୱାର । ସେ କହିଛନ୍ତି ମୋ ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ନିର୍ବାଚନରେ ମଇଦାନକୁ ଓଲହାଉଛନ୍ତି । ମୁଁ ୧୪ ଥର ନିର୍ବାଚନ ଲଢ଼ିସାରିଛି । ଏବେ ନୂଆପୀଢ଼ିଙ୍କୁ ସୁଯୋଗ ଦେବା ଉଚିତ । ଏଥିପାଇଁ ଏ ନିର୍ବାଚନ ନଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ପାୱାର କହିଛନ୍ତି । ଇସାରା ଇସାରାରେ ସଙ୍କେତ ଦେବାପରେ ସେ ସ୍ପଷ୍ଟ କରିଛନ୍ତି ଚଳିତ ଥର ମାଢ଼ାରୁ ଆଉ କେହି ନିର୍ବାଚନ ଲଢ଼ିବେ ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରେ ଏନସିପି କଂଗ୍ରେସ ସହ ମେଂଟ କରି ନିର୍ବାଚନ ଲଢ଼ିବ । କଂଗ୍ରେସ ୨୬ଟି ଆସନରେ ଓ ଏନସିପି ୨୧ ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି । ଏନସିପି-କଂଗ୍ରେସ ମେଂଟର ମୁକାବିଲା ଭାଜପା-ଶିବସେନା ମେଂଟ ସହ ହେବ । ମହାରାଷ୍ଟ୍ରରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୪ଟି ପର୍ଯ୍ୟାୟରେ ୧୧,୧୮,୨୩ ୨୯ରେ ମହାରାଷ୍ଟ୍ରରେ ଭୋଟିଂ ହେବ ଏବଂ ୨୩ରେ ଫଳାଫଳା ପ୍ରକାଶ ପାଇବ ।