ନବରଙ୍ଗପୁର ଉମରକୋଟରେ କାଳବୈଶାଖୀର ତାଣ୍ଡବ

24

ନବରଙ୍ଗପୁର : ନବରଙ୍ଗପୁର ଉମରକୋଟରେ କାଳବୈଶାଖୀର ତାଣ୍ଡବ । ଝଡବର୍ଷାରେ ଭାଙ୍ଗିଯାଇଛି ଘରଦ୍ୱାର । ଖୋଲା ଆକାଶ ତଳେ ଏବେ ବିପନ୍ନଙ୍କ ପରିବାର । ସେପଟେ କେତେକ ସ୍ଥାନରେ ଇଲେକ୍ଟ୍ରି ଖୁଂଟି ପଡିରହିଛି । ଉମରକୋଟ ବ୍ଲକର ମେନ୍ଦାବେଢା , ସାନ ବାସିନୀ, ବଡସାନି ଓ ସାନଭରଣ୍ଡି ଗ୍ରାମବାସୀ ଏବେ ବେସହରା ହୋଇପଡିଛନ୍ତି , ମୁଣ୍ଡ ଗୁଂଜିବାକୁ ଛାତ ନାହିଁ । କ୍ଷତିଗ୍ରସ୍ତ ଏବେ ଭଂଗାଘରୁ ଆସବାବପତ୍ର ସାଉଁଟୁଛନ୍ତି । ବର୍ଷ ଜାକର ପରିଶ୍ରମ , ଆସବାବ ପତ୍ର ସବୁ କିଛି ନଷ୍ଟ ହୋଇଯାଇଛି । ସରକାରୀ ସହାୟତାକୁ ଚାହିଁବସିଛନ୍ତି ସ୍ଥାନୀୟବାସିନ୍ଦା ।