ନୟାପଲ୍ଲୀ ଆଇଡି ମାର୍କେଟରେ ହୋମିଓପାଥି ଡାକ୍ତରଙ୍କ ଗୁଳିମାଡ : ଜଣେ ଆହତ

138

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ । ଡାକ୍ତରଙ୍କ ଗୁଳିମାଡରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଇନ୍ଦ୍ରଧନୁ ମାର୍କେଟ ପାଖରେ ଏହି ଗୁଳିକାଣ୍ଡ ହୋଇଛି । ହୋମିଓପାଥି ଡାକ୍ତର ବିଶ୍ୱଭୂଷଣ ପ୍ରଧାନଙ୍କ ଗୁଳିମାଡରେ ଗୁରୁତର ହୋଇଛନ୍ତି ସେସୁର କଂଟ୍ରାକଚୁଆଲ କର୍ମଚାରୀ ମହେଶ୍ୱର ରାଉତ । ମହେଶ୍ୱରଙ୍କ ବାମ ପଟ ଗୋଡରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ବନ୍ଧୁକ ଜବତ କରିବା ସହ ଡାକ୍ତରଙ୍କୁ ଗିରଫ କରିଛି । ତେବେ ସାମନ୍ୟ ବଚସାରୁ ଉତକ୍ଷୀପ୍ତ ହୋଇ ଡାକ୍ତର ଗୁଳିମାଡ କରିଥିବା ଜଣାପଡିଛି ।