ଜଳୁଛି ନୟାଗଡର ରୁଖି ପାହାଡ, ଆତଙ୍କିତ ସହରବାସୀ

27

ଜଳୁଛି ନୟାଗଡର ରୁଖି ପାହାଡ । ଗତକାଲି ସଂଧ୍ୟରେ ରୁଖି ପାହାଡରେ ଲାଗିଥିବା ନିଆଁ ଉଗ୍ରରୂପ ଧାରଣ କରିଛି । ତାତି ଅସହ୍ୟ କରୁଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଥିବା ଏହି ପାହାଡରେ ନିଆଁ ଲାଗିଯାଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ନିଆଁ ଯୋଗୁଁ ସହରର ତାପମାତ୍ରା ବୃଦ୍ଧି ପାଇବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନିଆଁ କ୍ରମଶଃ ତଳ ଆଡକୁ ଆସୁଥିବାରୁ ଆତଙ୍କ ଖେଳି ଯାଇଛି ନୟାଗଡ ସହରରେ । ବିଶେଷ କରି ୭ ନମ୍ବର, ୮ ନମ୍ବର ଓ ୯ ନମ୍ବର ୱାର୍ଡ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି । ପାହାଡର ଚାରି ଦିଗକୁ ନିଆଁ ବ୍ୟାପୁଥିବାରୁ ଏହା ଆଗକୁ ଆହୁରି ଭୟଙ୍କର ରୂପ ନେବା ସହ ପରିସ୍ଥିତି କଣ ହେବ ତାକୁ ନେଇ ଆଶଙ୍କା ବଢିଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।