କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଉଛି । କିନ୍ତୁ ଏହି ପାଇଖାନା ନିର୍ମାଣରେ ଲୋକମାନଙ୍କର ଜାଲ ଦସ୍ତଖତ କରାଯାଇ ଜାଲିଆତି କରୁଛନ୍ତି ଠିକାଦାର । ଏଭଳି ଜାଲିଆତିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ କୁଳାସର ପଂଚାୟତର ଲୋକମାନେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୦୦୬ ରୁ ୨୦୦୯ ମଧ୍ୟରେ ରଣପୁର ବ୍ଳକ କୁଳାସର ପଂଚାୟତରେ ପାଇଖାନା ନିର୍ମାଣ କରାଇବା ପାଇଁ ଠିକାଦାର ପଦ୍ମଚରଣ ସାହୁଙ୍କୁ ଦାୟିତ୍ୱ ଦେଇଥିଲା ବିଭାଗ । କିନ୍ତୁ ଏବେବି ଅନେକ ହିତାଧିକାରୀ ପାଇଖାନା ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ହିତାଧିକାରୀଙ୍କ ଅଭିଯୋଗକ୍ରମେ ବିଭାଗୀୟ ତଦନ୍ତ ପରେ ୨୪ ଜଣ ହିତାଧିକାରୀ ପାଇଖାନା ପାଇନାହାଁନ୍ତି କିନ୍ତୁ ତାଙ୍କ ନାଁରେ ଟଙ୍କା ଉଠାଯାଇଛି ।
ଏ ନେଇ ସଂପୃକ୍ତ ଠିକାଦାର ଉପରେ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ବଦଳରେ ହଡପ ହୋଇଥିବା ଟଙ୍କାକୁ ଫେରାଇ ନେଇଛି । ଯାହାର ପ୍ରତିବାଦ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ପାଇଖାନା ଯୋଗାଇ ଦେବାକୁ ଦାବୀ କରିଛନ୍ତି ହାତାଧିକାରୀ ।