ନୟାଗଡ : ପୋଲିସ ବେକରେ ଗାମୁଛା ପକାଇ ମାଡ ମାରିଲେ ଗ୍ରାମବାସୀ

30

କନକ ବ୍ୟୁରୋ : ବେକରେ ଗାମୁଛା ପକାଇ ପୋଲିସକୁ ମାଡ । ରାସ୍ତାରେ ପୋଲିସକୁ ଟଣା ଓଟରା କରିବା ସହ ମାଡ ମାରିଛନ୍ତି ଗ୍ରାମବାସୀ । ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡର ଖଣ୍ଡପଡା ବାଇଗୁଣିଆ ଗାଁରେ । ସୂଚନା ଅନୁଯାୟୀ ଗତକାଲି ପୋଲିସ ହେଲମେଟ ଚେକିଂ କରୁଥିବାବେଳେ ଦୁର୍ଘଟଣାରେ ସେହି ଗାଁର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା ।

ଆଜି ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଶବ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଲୋକଙ୍କୁ ବୁଝାସୁଝା କରିବାପାଇଁ ସ୍ଥାନୀୟ ପୋଲିସ ଓ ତହସିଲଦାର ଏଠାରେ ପହଂଚିଥିଲେ । କିନ୍ତୁ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ପୋଲିସ । ତେବେ ପରିସ୍ଥିତିକୁ ଦେଖି ଭୟରେ ତହସିଲଦାର ଦଉଡି ପଳାଇଥିବା ସୂଚନା ମିଳିଛି ।