ନୟାଗଡ: ମାଇଛେଳି ଗାଁ ନିକଟରେ ପିକନିକ ବସକୁ ପିଟିଲା ଟ୍ରକ, ଜଣେ ମହିଳା ମୃତ ଓ ୧୭ ଆହତ

39

କନକ ବ୍ୟୁରୋ : ନୟାଗଡ ନୂଆଗାଁ ଥାନା ମାଇଛେଳି ନିକଟରେ ସଡକ ଦୁର୍ଘଟଣା । ସ୍କୁଲ ପିଲାଙ୍କ ପିକନିକ ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଆହତ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖଣ୍ଡପଡା ଭଗବାନପୁର ସ୍କୁଲ ପିଲା ସମ୍ବଲପୁର ବଣଭୋଜି କରିବାକୁ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପିଲାମାନେ ପିକନିକ ସାରି ଫେରୁଥିବା ବେଳେ ମାଇଛେଳି ଗାଁ ପାଖରେ ପଛପଟୁ ବସକୁ ଟ୍ରକ ଧକ୍କା ମାରିଥିଲା ।

ଦେଖନ୍ତୁ ଏହି ଭିଡିଓ :