ନୟାଗଡରେ ଅଭାବନୀୟ ଘଟଣା ! ପାରିବାରିକ କଳହ ଯୋଗୁଁ ଛୁଆଙ୍କୁ ବିଷଦେଇ ମା’ର ଆତ୍ମହତ୍ୟା

23

କନକ ବ୍ୟୁରୋ : ନୟାଗଡରେ ଅଭାବନୀୟ ଘଟଣା । ନିଜର ଦୁଇ ସନ୍ତାନକୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛି ମା’ । ତେବେ ମା’ର ମୃତ୍ୟୁ ହୋଇଥିବାବେଳେ ଦୁଇ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଓଡଗାଁ ଗୋଡିସାହିର ବନବାସୀ ସାହୁ ଓ ତାଙ୍କ ସ୍ୱାମୀ ମଧ୍ୟରେ ବିବାଦ ହୋଇଥିଲା ।

ଏହାକୁ ନେଇ ବନବାସୀ ଆଜି ନିଜେ ବିଷ ପିିଇବା ସହ ତାଙ୍କର ୧୧ବର୍ଷ ଓ ୪ମାସର ପୁଅଙ୍କୁ ବିଷ ଦେଇଥିବା ପୁଲିସ ସନ୍ଦେହ କରୁଛି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଓଡଗାଁ ଓ ପରେ ନୟାଗଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ମା’କୁ ମୃତ ଘୋଷଣା କରାଯାଇଥିବାବେଳେ ଦୁଇ ପୁଅଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।