ନୟାଗଡରେ ରୋଗୀ ମୃତ୍ୟୁକୁ ନେଇ ତାତିଲେ ଲୋକେ : ମେଡିକାଲ ସମ୍ମୁଖରେ ଉତ୍ତେଜନା

32

କନକ ବ୍ୟୁରୋ : ନୟାଗଡରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ମେଡିକାଲରେ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ସହ ପୁଲିସ ଓ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ପୁଲିସଙ୍କ ପୋଷାକ ମଧ୍ୟ ଚିରିଦେଇଛନ୍ତି ।

ଡମସାହିର ଅଷ୍ଟମ ଶ୍ରେଣୀ ଛାତ୍ର ରାକେଶ ସ୍ୱାଇଁ ସାପ କାମୁଡାରେ ମେଡିକାଲକୁ ଆସିଥିଲେ । ସେ ବଂଚିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଡାକ୍ତର କହିଛନ୍ତି ସେ ମେଡିକାଲରେ ପହଚିଂଲା ବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା ।