ବନ୍ଦ ଘରେ ୨୪ ଘଂଟା : ୩୦ ହଜାର ଟଙ୍କା ପାଇଁ ଅପହରଣ ପରେ ଉଦ୍ଧାର କଲା ପୁଲିସ

29

କନକ ବ୍ୟୁରୋ : ନୟାଗଡର ଯୁବକଙ୍କୁୁ ରାଜଧାନୀରୁ ଅପହରଣ । ମୁଣ୍ଡ ଜାମିନ ପାଇଁ ମାଗିଲେ ଲକ୍ଷାଧିକ ଟଙ୍କା । ରାଜଧାନୀର ଶ୍ରୀରାମ ନଗରରେ ୨୪ ଘଂଟା କାଳ ଘର ଭିତରେ ବନ୍ଦ ରହିବା ପରେ, ପୁଲିସ ଉଦ୍ଧାର କରିଛି ଯୁବକଙ୍କୁ । ତେବେ ଖସିଯିବାର ସବୁ ରାସ୍ତା ବନ୍ଦ ପାଇଁ, ଦୁଇ ଦୁଇଟି କବାଟରେ ତାଲା ଝୁଲାଇ ଯୁବକ ଜଣକୁ ବନ୍ଦୀ କରି ରଖାଯାଇଥିଲା ।

ଉଦ୍ଧାର ହୋଇଥିବା ଯୁବକ ଜଣକ ହେଉଛନ୍ତି ନୟାଗଡର ରାକେଶ କୁମାର ଦାସ । ଆଉ ଅପହରଣ କରିଥିବା ଯୁବକ ରଞ୍ଜନ କୁମାର ସାହୁ । ଗତବର୍ଷ ବିମୁଦ୍ରାକରଣ ସମୟରେ ରଂଜନଠାରୁ ୩୦ ହଜାର ଅଚଳ ଟଙ୍କା କରଜ ଆକାରରେ ନେଇଥିଲେ ରାକେଶ । ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶେଷରେ ଅପରାଧୀ ସାଜିଥିଲା ରଞ୍ଜନ । ରାକେଶକୁ ଅପହରଣ କରି ନିଜ ଘରେ ବନ୍ଦି କରି ରଖିଥିଲା ।

ରଂଜନର କରଜ ଟଙ୍କା ଗଲା, ଆଉ ଶେଷରେ ସେ ଜେଲ ବି ଗଲା । କାରଣ ଅପହରଣ ଭଳି ସଂଗୀନ ଅପରାଧ ଯୋଗୁଁ ଆଇନର ପଂଝାରେ ପଡିଲା ରଂଜନ ।