ଗଡଜାତରେ ପ୍ରଜାକୋର୍ଟ : ସ୍ତ୍ରୀ ସାମ୍ନାରେ ଶିକ୍ଷକଙ୍କୁ ଶାସ୍ତି ଦେଲେ ଗାଁ ଲୋକେ

29

କନକ ବ୍ୟୁରୋ : ଗଡଜାତରେ ପ୍ରଜାକୋର୍ଟ । ଶିକ୍ଷକଙ୍କୁ ଶାସ୍ତି । ନୟାଗଡର ଏ ଅନ୍ୟାୟର ଚିତ୍ର । ଇଟାମାଟି ଥାନା ଅନ୍ତର୍ଗତ ବଳରାମପୁର ଗାଁ । ସଂଧ୍ୟା ପ୍ରହରରେ କୋଠାଘର ସାମ୍ନାରେ ବସିଛି କଙ୍ଗାରୁ କୋର୍ଟ । ନ୍ୟାୟ ଦେବାକୁ ବସିଛନ୍ତି ସବୁ ବୟସ ବର୍ଗର ଲୋକେ । ଏପରିକି ବାଉଁଶିଆପଡାର ସରପଂଚ ବି ଉପସ୍ଥିତ ଅଛନ୍ତି । ଆଉ ମଝିରେ ବସିଛନ୍ତି ଗାଁ ଲୋକଙ୍କ ଆଖିରେ ଅଭିଯୁକ୍ତ ପାଲଟି ଯାଇଥିବା ଶିକ୍ଷକ ଶ୍ରୀଧର ନାୟକ ।

ବିଚଳିତ କଲାଭଳି ଏ ଦୃଶ୍ୟ । ଶିକ୍ଷକ ନେହୁରା ହେଉଛନ୍ତି । ହେଲେ ଜିଦରେ ଅଟଳ ପ୍ରଜାକୋର୍ଟରେ ନିଜକୁ ବିଚାରପତି ବନାଇଥିବା ଏହି ବ୍ୟକ୍ତିମାନେ । ଜୀବନ ଭୟରେ ଶିକ୍ଷକ ଆଣ୍ଠେଇ ପଡୁଛନ୍ତି । ଜଣେ ଯୁବକଙ୍କୁ ଗୋଡ ତଳେ ଗଳିବାକୁ ବାଧ୍ୟ କରିବାରୁ ତାହା ବି କରୁଛନ୍ତି । ଆଉ ସ୍ୱାମୀଙ୍କ ଉପରେ ଏ ନିର୍ଯ୍ୟାତନାର ଦୃଶ୍ୟକୁ ଦେଖୁଛନ୍ତି ସ୍ତ୍ରୀ ।

କାହିଁକି ବସିଥିଲା ପ୍ରଜାକୋର୍ଟ । ସୂଚନା ଅନୁସାରେ , ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିବା ଶ୍ରୀଧରଙ୍କ ସହ ବଳରାମପୁର ଗାଁ ର କିଛି ଲୋକଙ୍କ ସହ କିଛିଦିନ ପୂର୍ବରୁ ବଚସା ହୋଇଥିଲା । ଏନେଇ ଶ୍ରୀଧର ଧାଇଁଥିଲେ ଥାନାକୁ । ହେଲେ ବାଉଁଶିଆପଡାର ସରପଂଚ କହିଲେ ଥାନା ନୁହେଁ ଗାଁରେ ବସି ଆପୋଷ ସମାଧାନ କରିବା । ସରପଂଚଙ୍କ କଥାରେ ବିଶ୍ୱାସ କରି ଶ୍ରୀଧର ପହଁଚିଥିଲେ ବଳରାମପୁର ଗାଁରେ । ହେଲେ ସମାଧାନ ବଦଳରେ ମିଳିଲା ଶାସ୍ତି । ଏହି ଘଟଣା ସୋସିଆଲ୍ ମିଡିଆରେ ବୁଲିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି ।

ନୟାଗଡରେ ପ୍ରଜାକୋର୍ଟ । ଯାହାକୁ ଶୁଣିବା ପରେ ,ଦେଖିବା ପରେ ସବୁଠି ଉଠିଛି ନିନ୍ଦାର ସ୍ୱର । ପ୍ରାଥମିକ ଶିକ୍ଷକ ସଂଘ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଛି ।
କୋର୍ଟ ଥାଉ ଥାଉ ପ୍ରଜାକୋର୍ଟ । ଏହା କେବଳ ଏକ ମାମଲା ନୁହେଁ ବଂର ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି ।

ଦେଖନ୍ତୁ ଏହି ଭିଡିଓ –